Site icon ଆଜିକାଲି

ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକ

ଭୁବନେଶ୍ୱର : ବିଜେପି ବିଧାୟକ ତଥା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ପରଲୋକ ହୋଇଯାଇଛି । ଭୁବନେଶ୍ବର ଏମସରେ ଚିକିତ୍ସାଧୀନ ଅବସ୍ଥାରେ ବିଧାୟକଙ୍କ ପରଲୋକ ହୋଇଯାଇଛି । ୬୧ ବର୍ଷ ବୟସରେ ଆଖି ବୁଜିଛନ୍ତି ଧାମନଗର ବିଜେପି ବିଧାୟକ । କିଡନୀ ରୋଗରେ ପୀଡ଼ିତ ହୋଇ ଏମସର ଆଇସିୟୁରେ ସେ ଭର୍ତ୍ତି ହୋଇଥିଲେ । ବିଷ୍ଣୁ ସେଠୀଙ୍କ ମୃତ୍ୟୁ ନେଇ ମେଡିକାଲ ଅତିରିକ୍ତ ସୁପରିଟେଣ୍ଡେଣ୍ଟ ପ୍ରବାତ ରଞ୍ଜନ ତ୍ରିପାଠୀ ସୂଚନା ଦେଇଛନ୍ତି । ରାଜ୍ୟ ବିଜେପିର ଜଣେ ଟାଣୁଆ ନେତା ଭାବେ ସେ ପରିଚିତ ଥିଲେ । ତାଙ୍କର ମୃତ୍ୟୁରେ ରାଜନୈତିକ ମହଲରେ ଶୋକ ପ୍ରକାଶ ପାଇଛି ।

ବିଷ୍ଣୁ ସେଠୀ ପ୍ରଥମେ ଚାନ୍ଦବାଲି ଓ ପରେ ଧାମନଗରରୁ ବିଜେପି ଟିକେଟରୁ ବିଧାୟକ ଭିବେ ନିର୍ବାଚିତ ହୋଇଥିଲେ । ଜଣେ ଲେଖକ ଓ ସାହିତ୍ୟିକ ଭାବେ ମଧ୍ୟ ସେ ପରିଚିତ ଥିଲେ।

Exit mobile version