Site icon ଆଜିକାଲି

ଏଣିକି ଗ୍ରାମାଞ୍ଚଳରେ ମଧ୍ୟ ଚାଲିବ ‘ମୋ ବସ୍’

ଭୁବନେଶ୍ବର : ଏଣିକି ଗ୍ରାମାଞ୍ଚଳରେ ମଧ୍ୟ ଚାଲିବ ‘ମୋ ବସ୍’ । ବ୍ଲକରୁ ପ୍ରତି ପଞ୍ଚାୟତକୁ ଚାଲିବ ମୋ ବସ । ଲକ୍ଷ୍ମୀ ସ୍କିମରେ ଗ୍ରାମାଞ୍ଚଳରେ ପରିବହନ ସୁବିଧା ମିଳିବ । ପ୍ରଥମ ପର୍ଯ୍ୟାୟରେ ପାଇଲଟ ପ୍ରୋଜେକ୍ଟ ଭାବେ ରାଜ୍ୟର ୬ ଟି ଜିଲ୍ଲା – କୋରାପୁଟ, ନବରଙ୍ଗପୁର, ରାୟଗଡା, ମାଲକାନଗିରି,କଳାହାଣ୍ଡି ଓ ଗଜପତି ଜିଲ୍ଲାର ବ୍ଲକରୁ ପ୍ରତି ପଞ୍ଚାୟତକୁ ଗଡିବ ମୋ ବସ୍ । ରାଜ୍ୟ ପରିବହନ ସଚିବ ଉଷା ପାଢ଼ୀ ଏହି ସୂଚନା ଦେଇଛନ୍ତି।

କିଛି ଦିନ ତଳେ ଗଞ୍ଜାମ, ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲା ସହରାଞ୍ଚଳରେ ମଧ୍ୟ ମୋ ବସ୍ ଚଲାଇବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ ।

Exit mobile version