Site icon ଆଜିକାଲି

କଂଗ୍ରେସକୁ ଫେରିବେ ମହମ୍ମଦ ମୋକିମ୍ ଓ ଚିରଞ୍ଜୀବ ବିଶ୍ବାଳ, ଆସନ୍ତାକାଲି ହଟିବ ନିଲମ୍ବନ

ଭୁବନେଶ୍ୱର : କଂଗ୍ରେସକୁ ଫେରିବେ ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ୍ ଓ ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ବାଳ । ଆସନ୍ତାକାଲି ଉଭୟଙ୍କ ଉପରୁ ହଟିବ ନିଲମ୍ବନ। ଏ ନେଇ ପିସିସି ପ୍ରଭାରୀ ଡକ୍ଟର ଅଜୟ କୁମାର ସୂଚନା ଦେଇଛନ୍ତି । ଆଜି ଭୁବନେଶ୍ୱରରେ ଦୁଇ ନିଲମ୍ବିତ ନେତାଙ୍କ ସହ ଅଜୟ କୁମାର ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ ।

ଉଭୟ ନେତାଙ୍କ ଡିଏନଏରେ କଂଗ୍ରେସ ରହିଥିବା ଅଜୟ କୁମାର କହିଛନ୍ତି । ଗତବର୍ଷ ଜୁଲାଇ ୧୫ ତାରିଖରେ ନିଲମ୍ବିତ ହୋଇଥିଲେ ମୋକିମ୍ ଓ ଚିରଞ୍ଜୀବ । ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ଦୁଇ ଜଣଙ୍କୁ ସସପେଣ୍ଡ କରାଯାଇଥିଲା ।

Exit mobile version