Site icon ଆଜିକାଲି

ନଭେମ୍ବର ୪ରେ ଓଡିଶା ଆସିବେ ମୋହନ ଭାଗବତ

ଭୁବନେଶ୍ୱର : ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ ଡ.ମୋହନ ଭାଗବତ ଆସନ୍ତା ନଭେମ୍ବର ୪ ତାରିଖରେ ୪ ଦିନିଆ ଓଡିଶା ଗସ୍ତରେ ଆସିବେ । ଡ.ମୋହନ ଭାଗବତ ନଭେମ୍ବର ୪ ତାରିଖ ଦିନ ସଂଧ୍ୟା ୬ ଘଟିକାରେ ଭୁବନେଶ୍ୱରରେ ପହଁଚିବେ ଏବଂ ୭ ତାରିଖ ଅପରାହ୍ନ ୨ ଘଟିକା ସମୟରେ ପ୍ରତ୍ୟାବର୍ତନ କରିବେ ବୋଲି ସଂଘର ଓଡିଶା ପୂର୍ବ ପ୍ରାନ୍ତର ପ୍ରାନ୍ତ ପ୍ରଚାର ପ୍ରମୁଖ ରବିନାରାୟଣ ପଣ୍ଡା ପ୍ରକାଶ କରିଛନ୍ତି ।

ଶ୍ରୀ ପଣ୍ଡା କହିଛନ୍ତି ଯେ, ଡ. ଭାଗବତ ତାଙ୍କ ପ୍ରବାସ ସମୟରେ ନଭେମ୍ବର ୫ ଓ ୬ ତରାଖ ଦିନ କଟକ, ଗତିରାଉତପାଟଣାର କେଶବଧାମରେ ଅନୁଷ୍ଠିତ ହେବାକୁ ଥିବା ସଂଘର ଅଖିଳ ଭାରତୀୟ ବ୍ୟବସ୍ଥା ବୈଠକରେ ଯୋଗଦେଇ ମାର୍ଗଦର୍ଶନ କରିବେ । ଏହି ବୈଠକରେ ସାଧାରଣତଃ ସାଂଗଠନିକ ବିଷୟ ଉପରେ ଧ୍ୟାନ ଦିଆଯିବ । ସାରା ଭାରତରୁ ୨୦୦ରୁ ଉର୍ଦ୍ଧ୍ୱ କାର୍ଯ୍ୟକର୍ତା ଯୋଗଦେବେ । ସରସଂଘଚାଳକଙ୍କ ଏହି ପ୍ରବାସ ସମୟରେ କୌଣସି ସାଧାରଣ ସଭା ଅନୁଷ୍ଠିତ ହେବ ନାହିଁ ।

Exit mobile version