Site icon ଆଜିକାଲି

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୋହନ ଚରଣ ମାଝୀ : ୮ କ୍ୟାବିନେଟ ଓ ୫ ରାଷ୍ଟ୍ରମନ୍ତ୍ରୀଙ୍କ ଶପଥ

ଭୁବନେଶ୍ୱର – ମୋହନ ଚରଣ ମାଝୀ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଆଜି ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଏଥିସହ ରାଜ୍ୟରେ ବିଜେପି ସରକାରର କାର୍ଯ୍ୟକାଳ ଆରମ୍ଭ ହୋଇଛି। ସ୍ଥାନୀୟ ଜନତା ମଇଦାନରେ ଆୟୋଜିତ ସମାରୋହରେ ରାଜ୍ୟପାଳ ରଘୁବର ଦାସ କେନ୍ଦୁଝର ସଦର ବିଜେପି ବିଧାୟକ ମୋହନ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ।

ଉପ ମୁଖ୍ୟମନ୍ତ୍ରୀ ଭାବେ ପାଟଣାଗଡ ବିଧାୟକ କନକବର୍ଦ୍ଧନ ସିଂହଦେଓ ଓ ନିମାପଡା ବିଧାୟିକା ପ୍ରଭାତି ପରିଡ଼ା ଶପଥ ନେଇଛନ୍ତି । ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ଥିଲେ । ଏଥିସହ ବିଭିନ୍ନ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ ଓ ଓଡିଶାର ବିଜେପି ସାଂସଦମାନେ ଉପସ୍ଥିତ ଥିଲେ । ବିଜେଡି ସଭାପତି ନବୀନ ପଟ୍ଟନାୟକ ମଧ୍ୟ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଉପସ୍ଥିତ ଥିଲେ।

ଆଜି ଆଉ କିଛି ବିଧାୟକ ମଧ୍ୟ ମନ୍ତ୍ରୀ ଭାବେ ଆଜି ଶପଥ ନେଇଛନ୍ତି। ୮ କ୍ୟାବିନେଟ ମନ୍ତ୍ରୀ ଓ ୫ ରାଷ୍ଟ୍ରମନ୍ତ୍ରୀ ଶପଥ ନେଇଛନ୍ତି। ସୁରେଶ ପୂଜାରୀ, ପୃଥ୍ୱୀରାଜ ହରିଚନ୍ଦନ, ମୁକେଶ ମହାଲିଙ୍ଗ, ରବିନାରାୟଣ ନାୟକ, ନିତ୍ୟାନନ୍ଦ ଗଣ୍ଡ, କୃଷ୍ଣଚନ୍ଦ୍ର ପାତ୍ର, କୃଷ୍ଣଚନ୍ଦ୍ର ମହାପାତ୍ର ଓ ବିଭୂତି ଜେନା କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

ଗୋକୁଳାନନ୍ଦ ମଲ୍ଲିକ, ସୂର୍ଯ୍ୟବଂଶୀ ସୂରଜ, ଗଣେଶରାମ ସିଂହ ଖୁଣ୍ଟିଆ, ପ୍ରଦୀପ ବଳ ସାମନ୍ତ, ସମ୍ପଦ ଚନ୍ଦ୍ର ସ୍ୱାଇଁ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ରଣପୁର ବିଧାୟିକା ସୁରମା ପାଢ଼ୀ ବାଚସ୍ପତି ହେବେ ।

ରାଜ୍ୟର ନୂଆ ମନ୍ତ୍ରିମଣ୍ଡଳ :-

ମୁଖ୍ୟମନ୍ତ୍ରୀ :

ମୋହନ ଚରଣ ମାଝୀ

ଉପ-ମୁଖ୍ୟମନ୍ତ୍ରୀ :

କନକ ବର୍ଦ୍ଧନ ସିଂଦେଓ
ପ୍ରଭାତୀ ପରିଡା

କ୍ୟାବିନେଟ୍ ମନ୍ତ୍ରୀ :

ସୁରେଶ ପୂଜାରୀ
ରବି ନାରାୟଣ ନାୟକ
ନିତ୍ୟାନନ୍ଦ ଗଣ୍ଡ
କୃଷ୍ଣଚନ୍ଦ୍ର ପାତ୍ର
ପୃଥ୍ୱୀରାଜ ହରିଚନ୍ଦନ
ମୁକେଶ ମହାଲିଙ୍ଗ
ବିଭୂତି ଭୂଷଣ ଜେନା
କୃଷ୍ଣଚନ୍ଦ୍ର ମହାପାତ୍ର

ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) :

ଗଣେଶ ରାମ ଖୁଣ୍ଟିଆ
ସୂର୍ଯ୍ୟବଂଶୀ ସୂରଜ
ପ୍ରଦୀପ ବଳସାମନ୍ତ
ଗୋକୁଳାନନ୍ଦ ମଲ୍ଲିକ
ସମ୍ପଦ କୁମାର ସ୍ୱାଇଁ

Exit mobile version