Site icon ଆଜିକାଲି

୨୭ରେ ମୋହନ ସରକାରଙ୍କ ପ୍ରଥମ ଜିଲ୍ଲାପାଳ ସମ୍ମିଳନୀ

ଭୁବନେଶ୍ୱର : ଆସନ୍ତା ୨୭ ତାରିଖରେ ଜିଲ୍ଲାପାଳ ସମ୍ମିଳନୀ ଅନୁଷ୍ଠିତ ହେବ । ରାଜ୍ୟରେ ବିଜେପି ସରକାରକୁ ଆସିବା ପରେ ପ୍ରଥମ ଥର ପାଇଁ ଏହି ସମ୍ମିଳନୀ ହେବାକୁ ଯାଉଛି । ଲୋକସେବା ଭବନର କନ୍‌ଭେନସନ ସେଣ୍ଟରରେ ଏହି ବୈଠକ କରିବାକୁ ନିଷ୍ପତ୍ତି ହୋଇଛି । ଏହି ବୈଠକରେ ୩୦ଟି ଜିଲ୍ଲାର ଜିଲ୍ଲାପାଳ ଉପସ୍ଥିତ ରହିବେ । ସମସ୍ତ ବିଭାଗର ପ୍ରମୁଖ ଶାସନ ସଚିବ ଓ କମିଶନର ତଥା ଶାସନ ସଚିବମାନେ ଉପସ୍ଥିତ ରହିବେ । ଏଥିସହିତ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ, ଅତିରିକ୍ତ ଶାସନ ସଚିବ ଓ ନିର୍ଦ୍ଦେଶକମାନେ ମଧ୍ୟ ସାମିଲ ହେବାକୁ କୁହାଯାଇଛି । ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ ଏଥିରେ ଯୋଗ ଦେବେ ବୋଲି ସୂଚନା ମିଳିଛି ।

Exit mobile version