Site icon ଆଜିକାଲି

୨୮ ଅଗଷ୍ଟ ସୋମବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

ମେଷ: ଆଜିର ଦିନ ବହୁତ ଭଲ। ଆପଣଙ୍କୁ କୌଣସି ବଡ଼ ଖୁସି ଖବର ମିଳିପାରେ। ଅଟକି ରହିଥିବା କାର୍ଯ୍ୟରେ ସଫଳତା ପାଇବେ। ପରିବାରରେ ଖୁସିର ମାହୋଲ ରହିବ।

ବୃଷ: ନିଜ ସ୍ୱାସ୍ଥ୍ୟକୁ ନେଇ ସଚେତନ ରୁହନ୍ତୁ। କାର୍ଯ୍ୟକ୍ଷେତ୍ରରେ ବିରୋଧୀମାନେ ଆପଣଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିପାରନ୍ତି। ଘରେ ପତ୍ନୀଙ୍କ ସହ ଝଗଡ଼ା ହୋଇପାରେ।

ମିଥୁନ: ଆଜି ଅତ୍ୟଧିକ କାର୍ଯ୍ୟ ହେତୁ ଶାରୀରିକ ଭାବରେ ଆପଣ କ୍ଳାନ୍ତ ଅନୁଭବ କରିବେ। ସାଥୀ ପ୍ରତାରଣା କରିପାରନ୍ତି। କୌଣସି ନୂଆ କାମ ଆରମ୍ଭ କରିବା ପୂର୍ବରୁ ଭଲ ଭାବରେ ଚିନ୍ତା କରନ୍ତୁ।

କର୍କଟ: ଆପଣ କୌଣସି ବଡ଼ ଉତ୍ସବକୁ ଯାଇପାରନ୍ତି। ସେଠାରେ ଆପଣଙ୍କ ବ୍ୟକ୍ତିତ୍ୱକୁ ସମ୍ମାନ ମିଳିବ। ଆଜିର ଦିନଟି ଭଲ ହେବାକୁ ଯାଉଛି। ନିଜର ବାଣୀ ଉପରେ ସଂଯମତା ରକ୍ଷା କରନ୍ତୁ।

ସିଂହ: ଆଜି ଆପଣଙ୍କ ମନ ଖୁସି ରହିବ। ଆପଣ କିଛି ଭଲ ଖବର ପାଇବେ। କୌଣସି ନୂଆ କାମ ଆରମ୍ଭ କରିପାରନ୍ତି। ପତ୍ନୀଙ୍କ ସହ ମତଭେଦ ଦୂର ହେବ। ପାରିବାରିକ ସମସ୍ୟାରୁ ମୁକ୍ତି ମିଳିବ।

କନ୍ୟା: କୌଣସି ନୂତନ କାମ ଆରମ୍ଭ କରିବା ପୂର୍ବରୁ ଟିକେ ସତର୍କ ରୁହନ୍ତୁ। କୌଣସି ବି ବ୍ୟକ୍ତିଙ୍କ କଥାରେ ଆସନ୍ତୁ ନାହିଁ, ନଚେତ୍ ବଡ କ୍ଷତି ସହିବାକୁ ପଡିବ। ପାରିବାରିକ ମତଭେଦ ଦୂର ହେବ।

ତୁଳା: ନୂତନ ଯାନ କିଣିବାକୁ ଯୋଜନା ଥିଲେ, ସେଥିରେ ସଫଳ ହେବେ। ସମ୍ପତ୍ତିରେ ଏକ ବଡ଼ ପୁଞ୍ଜି ବିନିଯୋଗ କରିପାରନ୍ତି। ପାରିବାରରେ କୌଣସି ମାଙ୍ଗଳିକ କାର୍ଯ୍ୟକ୍ରମ ହୋଇପାରେ।

ବିଛା: କୋର୍ଟରେ ଚାଲିଥିବା ବିବାଦରେ ଆପଣଙ୍କର ବିଜୟ ହେବ। ସାମାଜିକ-ରାଜନୈତିକ କ୍ଷେତ୍ରରେ ଆପଣଙ୍କ ଦବ୍‌ଦବା ରହିବ। ବ୍ୟବସାୟରେ ଏକ ଭାଗିଦାରୀରେ ଅଂଶଗ୍ରହଣ କରିପାରନ୍ତି।

ଧନୁ: ଆପଣ ଆଜି ଏକ ଯାତ୍ରାରେ ଯାଇପାରନ୍ତି। ଯାତ୍ରା ସମୟରେ ଜିନିଷପତ୍ରର ସୁରକ୍ଷା ପ୍ରତି ଧ୍ୟାନ ଦେବେ। ବଡ଼ ଆର୍ଥିକ ଲାଭ ହୋଇପାରେ। ବିବାଦରୁ ଦୂରେଇ ରୁହନ୍ତୁ।

ମକର: ଆପଣଙ୍କ ପାଇଁ ଦିନଟି ଜଟିଳ ହେବ। ପାରିବାରିକ ବିବାଦରେ ଫସିପାରନ୍ତି। ବ୍ୟବସାୟରେ ଆର୍ଥିକ କ୍ଷତି ଘଟିବ, ଯେଉଁ କାରଣରୁ ମାନସିକ ଚିନ୍ତା ରହିବ।

କୁମ୍ଭ: କୌଣସି ପୁରୁଣା ବିବାଦରେ ପଡ଼ିପାରନ୍ତି। ବ୍ୟବସାୟରେ ବିରୋଧୀ ଆପଣଙ୍କ କାମକୁ ବିଗାଡ଼ିବାକୁ ଚେଷ୍ଟା କରିବେ। ଆଜି ପତ୍ନୀଙ୍କ ସହ ମତଭେଦ ହୋଇପାରେ।

ମୀନ: ବ୍ୟବସାୟରେ ବଡ ଲାଭ ହେବାର ଯୋଗ ରହିଛି। କୌଣସି ସ୍ଥାନରୁ ଅଟକିଥିବା ପୁରୁଣା ଟଙ୍କା ଫେରି ପାଇବେ। ମନ ପ୍ରସନ୍ନ ରହିବ। ପରିବାରରେ ଶୁଭ କାମ ହେବ।

Exit mobile version