Site icon ଆଜିକାଲି

୧୨ ଫେବୃଆରୀ ସୋମବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

ମେଷ- ବନ୍ଧୁ ମାନେ ଠିକ ଖବର ଦେବାରେ ହେଳା କରିପାରନ୍ତି । ପାରିବାରିକ ଶାନ୍ତି ଓ ସ୍ଥିରତା ଅବ୍ୟାହିତ ରହିବ । ରାଜନିତିରେ କୈାଣସି ପଦକ୍ଷପ ଗ୍ରହଣ କରିପାରନ୍ତି । ଅଫିସିଆଲି କ୍ଷେତ୍ରରେ ସାଧାରଣ କଥାକୁ ବଡ କରି ସହକର୍ମୀ ମାନେ କଳହର ମାତ୍ରାକୁ ବଢାଇ ଦେଇପାରନ୍ତି ।

ବୃଷ-ସବୁ ପ୍ରକାର ପରିସ୍ଥିତିକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହନ୍ତୁ । ରୋଜଗାର ହିନ ବ୍ୟକ୍ତିଙ୍କୁ ରୋଜଗାରର ସୁଯୋଗ ମିଳିବ । ପର୍ଯ୍ୟଟନ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଧନଲାଭର ଯୋଗ ଅଛି । ଆବଶ୍ୟକତା ପୂରଣ କରିବା ସକାଶେ ଧାର କରିବାକୁ ପଡିପାରେ ।

ମିଥୁନ- ଗୃହ ଚିନ୍ତାରେ ବ୍ୟତିବ୍ୟସ୍ତ ହୋଇ ପଡିବେ । ମାନସିକ ସ୍ତରରେ ଉନ୍ନତି ଆସିବ । ସାସ୍କୃତିକ କାର‌୍ୟ୍ୟରେ ସମ୍ମାନିତ ହେବାର ଯୋଗ ରହିଛି । ପର୍ଯ୍ୟଟନ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଧନଲାଭର ଯୋଗ ଅଛି । ଆବଶ୍ୟକତା ପୂରଣ କରିବା ସକାଶେ ଧାର କରିବାକୁ ପଡିପାରେ ।

କର୍କଟ- ଦାମ୍ପତ୍ୟ ଜୀବନରେ ସାମଞସ୍ୟ ବଜାୟ ରହିବ । ଔଷଧ ବ୍ୟବସାୟୀଙ୍କୁ ଭଲ ଲାଭ ହେବ । ଯେଉଁ କାମ କରିବାକୁ ଚାହିବେ ତାହା ସଂପୂର୍ଣ୍ଣ କରିବେ । ଛାତ୍ର ଛାତ୍ରୀ ମାନେ ପଢାରେ ମନ ଯୋଗ ରଖି ପାରିବେ ନାହିଁ । ଅଚିହ୍ନା ଲୋକଙ୍କ ଠାରୁ ସାହାର୍ଯ୍ୟ ପାଇବେ ।

ସିଂହ- ଖାଦ୍ୟ ପେୟରେ ସତର୍କତା ଅବଲମ୍ବନ କରିବା ସହିତ ମାନସିକ ଚାପରୁ ଦୂରେଇ ରୁହନ୍ତୁ । ପୁରାତନ ଜିନିଷ ଓ ଗହଣା ଉପରେ ନିବେଶ କଲେ ବହୁତ ଲାଭ ଓ ଉନ୍ନତି ହୋଇପାରେ ।
କଳା କ୍ଷେତ୍ରରେ ଥିବା ଲୋକ ମାନେ ଭଲ ପ୍ରଦର୍ଶନ କରିବେ । ରାଜନୀତିରେ ଆଗକୁ ଯିବେ ।

କନ୍ୟା- କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ । ସାମାନ୍ୟ ଅସୁସ୍ଥତା ଅନୁଭବ କରୁଥିଲେ ବି କର୍ମ ତତ୍ପର ରହିବେ । ଚାକିରିଆ ବ୍ୟକ୍ତି ନିଜ ବାଣୀ ଉପରେ ଧ୍ୟାନ ଦିଅନ୍ତୁ । ବିବାଦୀୟ ଘଟଣାରେ ବିଜୟୀ ହେବେ । ଦୟାଳୁ ସ୍ୱଭାବର ହୋଇପାରନ୍ତି ।

ତୁଳା- ସ୍ୱାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ଓ ଆର୍ଥିକ ଉନ୍ନତି ଘଟିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ମଧୁର କଥା କହି ପରକୁ ଆପଣାର କରିପାରନ୍ତି । ସକଳ ଗୁଣର ଆଧାର ହେବେ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ । ଶୁଭ କାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି ।

ବିଛା- ପୁରୁଣା କାମ ପୂରା କରିବା ପାଇଁ ଦିନଟି ଭଲ ରହିବ । ଦୀର୍ଘ ଦିନର ଅଭିଳାଷା ସାଙ୍ଗକୁ ଆର୍ଥିକ ଉନ୍ନତିର ମାର୍ଗ ସୁଗମ ହୋଇଯିବ । ଛାତ୍ରଛାତ୍ରି ମାନେ ଉଚ୍ଚଭିଳାଷୀ ହେବେ । ଆପଣଙ୍କର କର୍ତବ୍ୟ ନିଷ୍ଠା ପାଇଁ ଅନ୍ୟର ଆଦର ହେବେ ।

ଧନୁ- ବୈବାହିକ ଜୀବନରେ ମଧୁରତା ଆସିପାରେ । କର୍ମ କ୍ଷେତ୍ରରେ ଆଶଙ୍କା କରୁଥିବା ଘଟଣା ସେମିତି କିଛି ହେବ ନାହିଁ । ପ୍ରତାରଣା ଜନିତ ଦୁଃଖ ଭୋଗିବାକୁ ପଡିବ । ଜରୁରୀ କାମକୁ ମିତ୍ରଙ୍କ ସହାୟତାରେ ପୂରଣ ହେବ ।

ମକର- ବାରମ୍ବାର ଅସଫଳତା କାରଣ ଖୋଜିବାକୁ ଯାଇ ମାନସିକ ଦ୍ୱନ୍ଦରେ ପଡିପାରନ୍ତି । ବ୍ୟବସାୟ, ବାଣିଜ୍ୟରେ ସ୍ଥିର ଅବସ୍ଥା ଲାଗି ରହିବ । ଚାକିରୀ କ୍ଷେତ୍ରରେ ସମସ୍ତଙ୍କ ପ୍ରିୟ ପାତ୍ର ହୋଇ ପାରନ୍ତି । ନୂଆ ଯାନବାହନ କିଣିବେ । ମହିଳା ମାନଙ୍କୁ ପୂର୍ଣ୍ଣ ସମର୍ଥନ ମିଳିବ ।

କୁମ୍ଭ- ନିଜ କର୍ମକୁ ନେଇ ସମାଜରେ ଜଣେ ଅଭିଜ୍ଞ ତଥା ସମ୍ମାନିତ ବ୍ୟକ୍ତି ହେବେ । ଗୁରୁଜନ ମାନଙ୍କ ସହିତ ମତାନ୍ତର ହୋଇପାରେ । ସମ୍ପତି ପାଇଁ ସାମାନ୍ୟ ମତାନ୍ତର ସୃଷ୍ଟି ହୋଇପାରେ । ମହିଳା ମାନେ ଉତ୍ସାହିତ ରହିବେ ।

ମୀନ- ବ୍ୟବସାୟ ,ବାଣିଜ୍ୟ କ୍ଷେତ୍ରରେ ଶୁଭ ଫଳ ପାଇପାରନ୍ତି । ଚାକିରୀଆ ମାନେ ଉପରିସ୍ଥ ମାନଙ୍କର ଶ୍ରଦ୍ଧା ଲାଭ କରିବେ । ରାଜନୀତିରେ ନୂତନ ସମସ୍ୟାରେ ପିଡିତ ହେବେ । ମାଲିମକନ୍ଦମାର ଶୁଣାଣି ଆପଣଙ୍କ ବିପକ୍ଷରେ ଯିବା ସହିତ ଦଣ୍ଡବିଧାନ ହୋଇ ନଥାଏ।

Exit mobile version