Site icon ଆଜିକାଲି

୨୯ ଜୁଲାଇ ସୋମବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

ଅଦ୍ଯ କର୍କଟ ଦି୧୪ନ, ଶ୍ରାବଣ କୃଷ୍ଣ ନବମୀ ଦ୩୧।୫୬ ସଂଘ୬।୧୧,ଦ୍ବିଜା ଦ୧୫।୫୬ ଦିଘ୧୧।୪୭,ମେଷଚନ୍ଦ୍ର ଦ୩୦।୩୪ ହିଘ୫।୩୯।

ଭାରତୀୟ ସାଧାରଣ ସମୟ ଅନୁସାରେ (I.S.T.)
କର୍କଟ ଦ ୨/୧୭/୪୦ ଇଂଘ ୫/୨୪/୪୭ ଗତେ ଉଦୟ।
ମକରଦ ୧/୫୮/୫୦ ଇଂଘ ୬/୨୦/୩୦ ଗତେ ଅସ୍ତ ।

ଯୋଗିନୀ ପୂର୍ବେ । ସଂଧ୍ୟା ୬।୧୧ ଗତେ ଉତ୍ତରେ ଯାତ୍ରାଦି ଶୁଭକର୍ମନାସ୍ତି । ଗତଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ରଶୁଦ୍ଧି । ଦିବା ଘ୧୧।୪୭ ଗତେ ରୋହିଣୀ ମୃଗଶିରା ପୁନର୍ବସୁ ଅଶ୍ଳେଷା ପୂର୍ବାଫାଃ ହସ୍ତା ଚିତ୍ରା ବିଶାଖା ଜ୍ୟେଷ୍ଠା ପୂର୍ବାଷାଢ଼ା ଶ୍ରବଣା ଧନିଷ୍ଠା ପୂର୍ବଭାଦ୍ର ରେବତୀ ଦ୍ଵିଜା ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି । ଦିବା ଘ୫।୩୯ ଗତେ ବୃଷ ମିଥୁନ କର୍କଟ ସିଂହ ଧନୁ କୁମ୍ଭ ମୀନ ଏ ରାଶିମାନଙ୍କର ଚନ୍ଦ୍ର ଶୁଦ୍ଧି । ବିଛା ରାଶିର ଘାତ ଚନ୍ଦ୍ର, ମିଥୁନରାଶିର ଘାତବାର । ଦିବା ଘ୭।୧ ମଧ୍ୟେ କାଳବେଳା ।ଘ୩।୫ ଗତେ ଘ୪।୪୧ ମଧ୍ୟେ ବାରବେଳା । ରାତ୍ରି ଘ୧୦।୨୯ ଗତେ ଘ୧୧।୫୩ ମଧ୍ଯେ କାଳରାତ୍ରି । ମତେ ଦିବା ଘ୧୧।୪୭ ଗତେ ପାଦଦୋଷ ଫଳଂ ଗୋତ୍ରନାଶ । ତିଳକାଞ୍ଚନଦାନ । ପ୍ରଥମ ରଜୋଦର୍ଶନେ ଦଶମାସ । ଦିବା ଘ୧୧।୪୭ ଗତେ ସମ୍ବତ୍ସର ଗଣ୍ଡଦୋଷ । ସ୍ବର୍ଣ ଓ ପୀତବସ୍ତ୍ରଦାନ । ନବମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଅଲାବୁ (ଲାଉ) ସଂଧ୍ୟା ଘ୬।୧୧ ଗତେ କଳମ୍ବୀ (କଳମଶାଗ) ଭକ୍ଷଣ ନିଷେଧ ।

(ଅମୃତ)-ଦିବା ଘ୭।୧ ମଧ୍ୟେ ଘ୧୦।୧୩ ଗତେ ଘ୧୨।୩୬ ମଧ୍ୟେ ରାତ୍ରି ଘ୭।୫ ଗତେ ଘ୯।୨୯ ମଧ୍ୟେ, ଘ୧୧।୫୧ ଗତେ ଘ୩।୫ ମଧ୍ୟେ ।(ମାହେନ୍ଦ୍ର)-ଦିବା ଘ୩।୧ ଗତେ ଘ୪।୩୭ ମଧ୍ୟେ ।

ମେଷ: ଆପଣଙ୍କ ପାଖକୁ ନୂଆ ଦାୟିତ୍ବ ଆସିବ। ରାଜନୀତିରେ ଯୋଗାଯୋଗ ଭଲ ରହିବ। ବ୍ୟବସାୟରେ ଲାଭ ମିଳିବ। ପାରିବାରିକ ଜୀବନ ଶାନ୍ତିମୟ ହେବ।

ବୃଷ: କର୍ତ୍ତୃପକ୍ଷ ଆପଣଙ୍କୁ ନୂଆ ପ୍ରକଳ୍ପର ଦାୟିତ୍ବ ପ୍ରଦାନ କରିବେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ସନ୍ଧ୍ୟାରେ ବନ୍ଧୁମାନଙ୍କ ସହିତ ହସଖୁସିର ସମୟ ବିତିବ।

ମିଥୁନ: ଆପଣଙ୍କର ଆତ୍ମବିଶ୍ବାସର ସ୍ତର ଠିକ୍‌ ରହିବ। କ୍ୟାରିୟରରେ ନୂଆ କୀର୍ତ୍ତିମାନ ସ୍ଥାପିତ କରିବେ। ପାରିବାରିକ ଜୀବନ ସୁଖମୟ ହେବ।

କର୍କଟ: ଆପଣଙ୍କ ପ୍ରୟାସ ଉତ୍ତମ ସାବ୍ୟସ୍ତ ହେବ। ରାଜ୍ୟ ବାହାରକୁ ଯିବାର ପଥ ଉନ୍ମୁକ୍ତ ହେବ। ଦାମ୍ପତ୍ୟ ଜୀବନରେ ସାମଞ୍ଜସ୍ୟ ବଜାୟ ରହିବ।

ସି˚ହ: ସକାରାତ୍ମକ ଭାବନାରେ ବଜାୟ ରଖନ୍ତୁ। ଧୈର୍ଯ୍ୟ ଧରି କାମ କରନ୍ତୁ, ସଫଳ ହେବେ। ସରକାର କ୍ଷେତ୍ରରୁ ଲାଭ ମିଳିପାରେ।

କନ୍ୟା: ଆପଣଙ୍କ ଶକ୍ତିର ସ୍ତର ବଢ଼ିବ। ଲୋକମାନଙ୍କ ଧୢାନ ଆକର୍ଷିତ କରିବାରେ ସଫଳ ହେବେ। ଉନ୍ନତିର ନୂଆ ମାର୍ଗ ଖୋଲିବ।

ତୁଳା: ପୂଜାପାଠରେ ଅଧିକ ସମୟ ଦେବେ। ସ୍ତ୍ରୀ ଓ ମାଆଙ୍କର ପୂରା ସହଯୋଗ ପାଇବେ। କ୍ୟାରିୟରରେ ଉନ୍ନତିର ସମ୍ଭାବନା ସୃଷ୍ଟି ହେବ।

ବିଛା: ଇଷ୍ଟଦେବଙ୍କ ପୂଜାର୍ଚ୍ଚନା କରନ୍ତୁ, ମନସ୍କାମନା ପୂରଣ ହେବ। ଆପଣଙ୍କ ଲାଗି କୌଣସି ବିଶେଷ ସୁଯୋଗ ମିଳିପାରେ। ଛାତ୍ରଙ୍କ ପାଇଁ ଦିନଟି ଭଲ।

ଧନୁ: ଆଗକୁ ବଢ଼ି ଚାଲନ୍ତୁ, ପରିସ୍ଥିତି ଆପଣଙ୍କ ପକ୍ଷରେ ହେବ। ରାଜନୀତିରେ ସଫଳତା ପାଇବେ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।

ମକର: ବ୍ୟର୍ଥ ଚିନ୍ତାରୁ ମୁକ୍ତି ପାଇବେ। ବ୍ୟବସାୟରେ ଯୋଜନାବଦ୍ଧ ରୂପେ କାମ କରିବେ। ପୂର୍ବରୁ ଲାଗିରହିଥିବା ବିବାଦ ବା ମକଦ୍ଦମାର ସମାଧାନ ହେବ।

କୁମ୍ଭ: ବେପାରରେ ମନୋଯୋଗରେ କାମ କରିବା ଯୋଗୁଁ ଯଥେଷ୍ଟ ଲାଭ ପାଇବେ। ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ସାକ୍ଷାତ ହେବାର ସମ୍ଭାବନା ଅଛି।

ମୀନ: ନିଜକୁ ଶକ୍ତିମାନ ଅନୁଭବ କରିବେ। ତୁରନ୍ତ ପରିଶ୍ରମର ଫଳ ପାଇବେ। ପ୍ରତିଷ୍ଠିତ ଲୋକଙ୍କ ସହିତ ସ˚ପର୍କ ସ୍ଥାପନ ହେବ।

Exit mobile version