Site icon ଆଜିକାଲି

୧୯ ଜୁନ ସୋମବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

ମେଷ: ଆଜି ଅଫିସ୍‌ କାମରେ ଫସି ରହିବେ। ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଜୀବନସାଥୀଙ୍କ ସହ ଭଲ ସମୟ ବିତାଇବେ।

ବୃଷ: ସାହିତ୍ୟ ସହ ଜଡ଼ିତ ଲୋକମାନେ ଆଜି ସମ୍ମାନିତ ହେବେ। ଆର୍ଥିକ ଉନ୍ନତି ହେବ। ଅନ୍ୟର ଉତ୍ସାହ ଦେଖି ଆପଣ ଉତ୍ସାହିତ ହେବେ।

ମିଥୁନ: କେହି ନିଜ ଲୋକ ଆପଣଙ୍କ ଖୁସିକୁ ଦ୍ୱିଗୁଣ କରିଦେବେ। ମାତାପିତାଙ୍କ ଆଶୀର୍ବାଦ ଆପଣଙ୍କ ସହିତ ରହିବ। ଦାମ୍ପତ୍ୟ ଜୀବନ ମଧୁର ହେବ।

କର୍କଟ: ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ। ମନରେ ନୂଆ ନୂଆ ବିଚାର ଆସିବ। ମାତାପିତାମାନେ ନିଜ ପିଲାମାନଙ୍କୁ ଉପହାର ଦେବେ।

ସିଂହ: ଯୋଜନା ଠିକ୍‌ ସମୟରେ ପୂରା ହେବ। ପରିବାରର ମାହୋଲ ସୁଖମୟ ରହିବ। କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ନୂଆ କାମ ଆରମ୍ଭ କରିବେ।

କନ୍ୟା: ଆଜି ଆପଣଙ୍କର ଅନେକ କାମ ହୋଇଯିବ। ସନ୍ତାନର ଉନ୍ନତିରେ ଆପଣ ଖୁସି ହେବେ। ସ୍ୱାସ୍ଥ୍ୟ ଭଲ ରହିବ। କୌଣସି ଖୁସି ଖବର ମିଳିପାରେ।

ତୁଳା: ନିଜକୁ ଠିକ୍‌ ପ୍ରମାଣିତ କରିବା ପାଇଁ ଆଜିର ଦିନଟି ଭଲ। ଭାଗ୍ୟ ସାଥ୍‌ ଦେବ। ବରିଷ୍ଠମାନଙ୍କ ସହଯୋଗ ମିଳିବ। ଆର୍ଥିକ ପକ୍ଷ ଦୃଢ଼ ହେବ।

ବିଛା: ନିଜ ମା’ଙ୍କଠାରୁ କିଛି ଉପହାର ମିଳିପାରେ। ମହିଳାମାନେ ଘରୋଇ କାମ ଶୀଘ୍ର ସାରିଦେବେ। ସ୍ୱାସ୍ଥ୍ୟ ଭଲ ରହିବ। ଜରୁରୀ କାମ ପୂରା ହେବ।

ଧନୁ: ଏହି ରାଶିର ଲୋକଙ୍କ ପାଇଁ ଆଜିର ଦିନଟି ବହୁତ ଭଲ। ଅଫିସ୍‌ କାମ ସହଜରେ ପୂରା ହୋଇଯିବ। ପ୍ରବଳ ଧନ ଲାଭର ଯୋଗ ରହିଛି।

ମକର: ମନର କଥା ଜୀବନସାଥୀଙ୍କ ସହ ନିଶ୍ଚୟ ସେୟାର କରନ୍ତୁ। ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। ଭୌତିକ ସୁଖ, ସୁବିଧା ପ୍ରତି ଆକର୍ଷିତ ହେବେ।

କୁମ୍ଭ: ଆଜି ଲୋକମାନଙ୍କ ସହିତ ଉଦାର ରହିବେ। ଘରକୁ ଅତିଥି ଆସିବେ, ଯଦ୍ଦ୍ଵାରା ପିଲା ବହୁତ ଖୁସି ହେବେ। ରୋଜଗାରର ଅବସର ମିଳିବ।

ମୀନ: ଭାଗ୍ୟ ଆପଣଙ୍କୁ ସମର୍ଥନ କରିବ। ଏହା ସହିତ କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ମାତାପିତାଙ୍କ ଆଶୀର୍ବାଦରେ କାମ ହୋଇଯିବ।

Exit mobile version