Site icon ଆଜିକାଲି

୧୬ ଅକ୍ଟୋବର ସୋମବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

ମେଷ: ମିତ୍ର କୌଣସି କାମରେ ସାହାଯ୍ୟ କରିବେ, ଯାହାଦ୍ୱାରା କାମ ବହୁତ ସହଜରେ ପୂରା ହୋଇଯିବ । କୌଣସି କାମ କରୁଥିବା ସମୟରେ ଆପଣ ଅନ୍ୟ କାମ ସାରିବା ପାଇଁ ଚେଷ୍ଟା କରିବେ । ଆପଣଙ୍କ ପାଇଁ ଆଜିର ଦିନ ଭଲ ରହିବ । ଶୁଭ ସମାଚାର ମିଳିବାର ସମ୍ଭାବନା ରହିଛି । ପାରିବାରିକ ସମ୍ପର୍କ ଭଲ ରହିବ ।

ବୃଷ: ଚାକିରିରେ ପଦୋନ୍ନତି ମିଳିବ । ଆପଣ ଅଧିକ ସମୟ ପରିବାର ଏବଂ ସାଙ୍ଗଙ୍କ ସହ ଅତିବାହିତ କରିବେ । ଏହି ରାଶିର ଲୋକେ କିଛି ଚୁକ୍ତି ସ୍ୱାକ୍ଷର କରିବେ । ଜୀବନସାଥୀଙ୍କ ସହ ଝଗଡା ଦୂର ହେବ । କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଦ୍ୱନ୍ଦ୍ୱରେ ରହିବେ । କୌଣସି କାମ କରିବା ପୂର୍ବରୁ ଅନୁଭବୀ ବ୍ୟକ୍ତିଙ୍କ ଠାରୁ ଉପଦେଶ ନେବା ଠିକ୍‌ ହେବ। ଲଭ୍‌ମେଣ୍ଟ୍‌ଙ୍କ ସହ ବାହାରକୁ ଯାଇପାରନ୍ତି ।

ମିଥୁନ: ଅଧିକାରୀ ଆପଣଙ୍କ ଉପରେ ଖୁସି ରହିବେ । ଲଭ୍‌ମେଣ୍ଟ୍‌ଙ୍କ ପାଇଁ ଦିନଟି ଭଲ ରହିବ । ଅନ୍‌ଲାଇନ୍‌ ବ୍ୟବସାୟୀଙ୍କୁ ଲାଭ ମିଳିବ । ଦାମ୍ପତ୍ୟ ଜୀବନରେ ଶୁଭ ସମାଚାର ମିଳିପାରେ। ପରିବାରରେ ବିବାଦ ଥିଲେ ତାହା ବହୁତ ଶୀଘ୍ର ଠିକ୍‌ ହୋଇଯିବ । ଆସବାବପତ୍ର କିଣିବା ପାଇଁ ଦିନଟି ଭଲ ।

କର୍କଟ: କୌଣସି ପୁରୁଣା ଲୋନ୍‌ ଇ.ଏମ.ଆଇରୁ ଆରାମ ମିଳିବ । ଅଫିସ୍‌ର ବରିଷ୍ଠ କର୍ମଚାରୀମାନେ ଆପଣଙ୍କ କାମରେ ଖୁସି ହେବେ । ଆପଣଙ୍କ ଭାଗ୍ୟ ଆପଣଙ୍କ ସହିତ ରହିବ । ଅଫିସ୍‌ରେ କାମକୁ ନେଇ ଆପଣଙ୍କର ଗୁରୁତ୍ୱ ବଢିବ । ନିଜ କାମରେ ଖୁସି ରହିବେ । ଲୋକମାନେ ଆପଣଙ୍କ କାମର ପ୍ରଶଂସା କରିବେ ।

ସିଂହ: ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲ । ଚାକିରି ମିଳିବାର ସମ୍ଭାବନା ରହିଛି । ଗହଣା ବେପାରୀଙ୍କ ପାଇଁ ଦିନଟି ଲାଭଦାୟକ ହେବ। ଲଭ୍‌ମେଣ୍ଟ୍‌ ନିଜ ସାଥିକୁ କୌଣସି ଭଲ ଉପହାର ଦେବେ । ଯାହାଦ୍ୱାରା ସମ୍ପର୍କ ସଦୃଢ ହେବ । ଅଫିସ୍‌ କାମରେ ବିଳମ୍ବ ହେବ । ଗୁରୁଜନଙ୍କ ଆଶିର୍ବାଦ ମିଳିବ । ସ୍ୱାସ୍ଥ୍ୟ ଭଲ ରହିବ । ସବୁ ଠିକ୍‌ ରହିବ । ପରିବାର ସହ ସମୟ ଅତିବାହିତ କରିବେ ।

କନ୍ୟା: ଯାହାର ଲାଭ ଆଗକୁ ଆସୁଥିବା ସମୟରେ ମିଳିବ । କର୍ମକ୍ଷେତ୍ରରେ ପଦୋନ୍ନତି ପାଇବେ । ଯାହାଦ୍ୱାରା ପୂରା ଦିନ ଆପଣ ଖୁସି ରହିବେ । ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲ ରହିବ । ଚାକିରି ମିଳିବାର ସମ୍ଭାବନା ରହିଛି । ବିବାଦରୁ ଦୂରେଇ ରହିଲେ ଆପଣଙ୍କ ପାଇଁ ଭଲ ରହିବ । ସମସ୍ତଙ୍କ ସହ ମଧୁର ଭାଷାରେ କଥା ହେବେ, ଯାହାଦ୍ୱାରା ଆପଣଙ୍କୁ ସମସ୍ତେ ପସନ୍ଦ କରିବେ ।

ତୁଳା: କିଛି ଶୁଭ ଖବର ମିଳିପାରେ । ଅଫିସ୍‌ରେ ସହକର୍ମିଙ୍କ ସହଯୋଗ ମିଳିବ । କୌଣସି ପୂରୁଣା କାମ ପୂରା କରିବାକୁ ଚିନ୍ତା କରିବେ । ପୂରା ଦିନରେ ଆପଣ ବହୁତ ଖୁସି ରହିବେ । ସନ୍ଧ୍ୟାରେ ପିଲାଙ୍କ ସହ ଭଲ ସମୟ ଅତିବାହିତ କରିବେ । ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିବ ।

ବିଛା: ଖେଳାଳିଙ୍କୁ କାର୍ଯ୍ୟରେ ସଫଳତା ମିଳିବ । ଆପଣଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଲଭ୍‌ମେଣ୍ଟ୍‌ଙ୍କ ପାଇଁ ଦିନଟି ଭଲ ରହିବ । ପୂର୍ବରୁ କରିଥିବା କାମରେ ସଫଳତା ମିଳିବ, ଚାକିରି ମଧ୍ୟ ମିଳିଯିବ । ଭାଇଙ୍କ ସହ ସମ୍ପର୍କ ସଦୃଢ ହେବ । ଏହାସହ ସାଙ୍ଗସାଥିଙ୍କ ସହ ଭେଟ ହେବାର ସୁଯୋଗ ରହିଛି ।

ଧନୁ: ଲୋକମାନେ ଆପଣଙ୍କଠାରୁ କିଛି କଥା ଶିଖିବା ପାଇଁ ଚେଷ୍ଟା କରିବେ । ଛାତ୍ରଛାତ୍ରୀମାନଙ୍କୁ କୌଣସି ପ୍ରତିଯୋଗିତାରେ ଭାଗ ନେବା ପାଇଁ ମଉକା ମିଳିବ । ଆଜି ଆପଣଙ୍କୁ ଅନେକ ପ୍ରକାରର ଲାଭ ମିଳିବ । ଅଟକିଥିବା କାମ ପୂରା ହେବ । ଜୀବନସାଥୀଙ୍କ ସହ ବାହାରକୁ ଯାଇପାରନ୍ତି । ଅର୍ଥ ପ୍ରାପ୍ତି ହୋଇପାରେ ।

ମକର: ଆଜି ଲଭ୍‌ମେଣ୍ଟ୍‌ଙ୍କ ସମ୍ପର୍କ ବହୁତ ଭଲ ରହିବ । ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ଦିନଟି ଶୁଭମୟ ହେବ। ଆପଣ ନିଜ କାମ କରିବା ପ୍ରକ୍ରିୟାରେ ପରିବର୍ତ୍ତନ ଆଣିବେ । ଯାହାଦ୍ୱାରା ଆପଣଙ୍କ ଭବିଷ୍ୟତରେ ଲାଭ ହେବ । ପିଲାଙ୍କ ପାଇଁ ଦିନଟି ଶୁଭଦାୟକ ରହିବ । ଜରୁରୀ କାମ ଥିଲେ ପୂରା ହୋଇଯିବ ।

କୁମ୍ଭ: ଅଫିସ୍‌ର ଯେକୌଣସି କାମ ଧିରେ ଧିରେ କରିବା ଆପଣଙ୍କ ପାଇଁ ଲାଭଦାୟକ ହେବ । ଏହି ରାଶିର ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲ ଏବଂ ପଢିବାରେ ମନ ଲାଗିବ । ଦାମ୍ପାତ୍ୟ ଜୀବନରେ ଖୁସି ମିଳିବ । ବନ୍ଧୁ ସହ ଦିନଟି ଅତିବାହିତ କରିବେ । ସୁସ୍ଥ ରହିବେ । ପିଲାମାନେ ପାଠ ପଢାରେ ଆଗକୁ ଯାଇପାରନ୍ତି ।

ମୀନ: ଯେକୌଣସି କାମ କରିବେ ତାକୁ ଯତ୍ନର ସହିତ କରିବା ଉଚିତ । ସହକର୍ମିଙ୍କ ଠାରୁ ସାହାଯ୍ୟ ଆଶା କରିବେ । ପାରିବାରିକ ଜୀବନରେ ଆଜି ଖୁସି ମିଳିବ । କ୍ୟାରିୟରରେ ଆଗକୁ ବଢିବେ । ଆୟ ବୃଦ୍ଧି ହୋଇପାରେ । ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରହିବ । କୌଣସି ସାମଜିକ କାମରେ ରୁଚି ଆସିବ ।

Exit mobile version