Site icon ଆଜିକାଲି

୪ ସେପ୍ଟେମ୍ବର ସୋମବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

ମେଷ: ଆଜି ଆପଣଙ୍କ ପାରିବାରିକ ସମ୍ପର୍କ ଦୃଢ଼ ହେବ। ଦାମ୍ପତ୍ୟ ଜୀବନରେ ସୁଖ ଆସିବ। ପ୍ରୟାସ ସଫଳ ହେବ। ଅଫିସ୍‌ ପରିବେଶ ଭଲ ରହିବ।

ବୃଷ: ଘରେ ସୁଖଦ ପରିବେଶ ରହିବ। ଆର୍ଥିକ ଲାଭର ସୁଯୋଗ ରହିଛି। ଭାଗ୍ୟ ପୂରା ସାଥ୍‌ ଦେବ। ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହୀ ହେବେ। ସାଥୀଙ୍କ ସହ ସମ୍ପର୍କ ଭଲ ରହିବ।

ମିଥୁନ: ଆଜି ଅଫିସ୍ କାର୍ଯ୍ୟ ଠିକ୍ ସମୟରେ ଶେଷ କରିବାରେ ସଫଳ ହେବେ। ଭାଇ-ଭଉଣୀଙ୍କ ସମ୍ପର୍କ ମଧୁର ହେବ। ଆଜି ହଠାତ୍ ସମ୍ପର୍କୀୟଙ୍କ ଘରକୁ ଯିବାକୁ ପଡିପାରେ।

କର୍କଟ: ଅଫିସ୍ କାମରେ ବ୍ୟସ୍ତ ରହିବେ, ଯେଉଁ କାରଣରୁ ଟିକେ କ୍ଳାନ୍ତ ଅନୁଭବ କରିବେ। ଆର୍ଥିକ ସ୍ଥିତି ଦୃଢ଼ ହେବ। ଡାକ୍ତରୀ ଛାତ୍ରମାନଙ୍କ ପାଇଁ ଦିନଟି ବହୁତ ଭଲ।

ସିଂହ: ଆଜି ଆପଣଙ୍କ ମନ ଖୁସି ରହିବ। ମା’, ବାପାଙ୍କ ସହ ଆପଣଙ୍କ ସମ୍ପର୍କ ଭଲ ରହିବ। ବ୍ୟବସାୟିକ କ୍ଷେତ୍ରରେ ଦିନଟି ଲାଭଦାୟକ ହେବ। ବିବାହ ପ୍ରସ୍ତାବ ଆସିପାରେ।

କନ୍ୟା: ଅଫିସରେ ସମସ୍ତଙ୍କ ସହ ଉତ୍ତମ ସମନ୍ୱୟ ରହିବ। ସନ୍ଧ୍ୟାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବେ। ପୁରୁଣା ବନ୍ଧୁଙ୍କୁ ଭେଟିବେ। ଆଧ୍ୟାତ୍ମିକତା ପ୍ରତି ଆକୃଷ୍ଟ ହେବେ।

ତୁଳା: ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ। କାହା ଉପରେ ଅଧିକ ବିଶ୍ୱାସ କରନ୍ତୁ ନାହିଁ। କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭଲ ଭାବରେ ଚିନ୍ତା କରନ୍ତୁ। ପାରିବାରିକ ପରିବେଶ ସୁଖଦ ହେବ।

ବିଛା: ନୂତନ ଯୋଜନା ପ୍ରସ୍ତୁତ କରିବେ। ଘରୋଇ ସମସ୍ୟାକୁ ଶାନ୍ତିପୂର୍ଣ୍ଣ ଭାବରେ ସମାଧାନ କରିବେ। ଅତିଥିମାନେ ଘରକୁ ଆସିବେ। ଧାର୍ମିକ ଯାତ୍ରା କରିବାକୁ ଆଗ୍ରହୀ ହେବେ।

ଧନୁ: ଆର୍ଥିକ ଦିଗ ଦୃଢ଼ ହେବ। ଛାତ୍ରମାନେ ଶିକ୍ଷକମାନଙ୍କର ସମ୍ପୂର୍ଣ୍ଣ ସମର୍ଥନ ପାଇବେ। ସନ୍ତାନ ପାର୍ଶ୍ୱରୁ ଭଲ ଖବର ଶୁଣିବାକୁ ପାଇବେ। ସନ୍ଧ୍ୟାରେ ପିଲାମାନଙ୍କ ସହ ସମୟ କାଟିବେ।

ମକର: ସାମାଜିକ କ୍ଷେତ୍ରରେ ସକ୍ରିୟତା ବୃଦ୍ଧି ପାଇବ। ପୁରୁଣା ସାଙ୍ଗଙ୍କୁ ଭେଟିବେ। ସହକର୍ମୀମାନେ କାର୍ଯ୍ୟରେ ସାହାଯ୍ୟ କରିବେ। ମହିଳାମାନଙ୍କ ପାଇଁ ଦିନଟି ଭଲ।

କୁମ୍ଭ: ଛାତ୍ରମାନଙ୍କ କ୍ୟାରିୟରରେ ନୂତନ ପରିବର୍ତ୍ତନ ଆସିବ। ହଠାତ୍ ମୁଦ୍ରା ଲାଭର ସମ୍ଭାବନା ରହିଛି। ପ୍ରେମୀଯୁଗଳଙ୍କ ମଧ୍ୟରେ ଚାଲିଥିବା ମତଭେଦ ଦୂର ହେବ।

ମୀନ: କୌଣସି ବିଶେଷ କାର୍ଯ୍ୟରେ ଅଭିଜ୍ଞ ଲୋକଙ୍କଠାରୁ ସାହାଯ୍ୟ ପାଇବେ। ପରିବାର ସହ ମିଶି ଚଳଚ୍ଚିତ୍ର ଦେଖିପାରନ୍ତି। ଟଙ୍କା କାରବାର ସମୟରେ ସାବଧାନ ରୁହନ୍ତୁ।

Exit mobile version