Site icon ଆଜିକାଲି

ରାଜ୍ୟରେ ମୌସୁମୀ ପ୍ରବାହ ସ୍ୱାଭାବିକ, ୧୪.୬ ବର୍ଷା ରେକର୍ଡ

ଭୁବନେଶ୍ୱର : ରାଜ୍ୟରେ ମୌସୁମୀ ପ୍ରବାହ ସ୍ଵାଭାବିକ। ଗତ ୨୪ ଘଣ୍ଟାରେ ପୁରା ରାଜ୍ୟରେ ୧୪.୬ ମିମି ବର୍ଷା ରେକର୍ଡ କରାଯାଇଛି। ଯାହା ସ୍ଵାଭାବିକ ବର୍ଷା ୧୦ ମିମି ତୁଳନାରେ ୪୬% ଅଧିକ ରହିଛି। ସେହିପରି କନ୍ଧମାଳ ଜିଲ୍ଲାରେ ସର୍ବନିମ୍ନ ୮୫.୨ ମିମି ବର୍ଷା ରେକର୍ଡ କରାଯାଇଛି। ଯାହା ସ୍ୱାଭାବିକ ବର୍ଷା ୧୫୩.୩ ମିମି ତୁଳନାରେ ୬୬% କମ ରହିଛି ।

ଖବର ଅନୁଯାୟୀ, ଚଳିତ ମୌସୁମୀ ଋତୁରେ ୧ ଜୁନରୁ ୬ ଜୁଲାଇ ମଧ୍ୟରେ ରାଜ୍ୟରେ ୧୯୧.୧ ମିମି ବର୍ଷା ରେକର୍ଡ କରାଯାଇଛି। ଯାହା ସ୍ଵାଭାବିକ ବର୍ଷା ୨୬୫.୮ ମିମି ତୁଳନାରେ ୨୮ ପ୍ରତିଶତ କମ ରହିଛି। ଏହି ପରିଧି ମଧ୍ୟରେ ଦେବଗଡ ଜିଲ୍ଲାରେ ସର୍ବାଧିକ ୩୯୨.୨ ମିମି ବର୍ଷା ରେକର୍ଡ କରାଯାଇଛି। ଯାହା ସ୍ୱାଭାବିକ ବର୍ଷା ୧୫୩ ମିମି ତୁଳନାରେ ୫୫% ଅଧିକ ରହିଛି ।

FacebookTwitterLinkedinWhatsapp
Exit mobile version