Site icon ଆଜିକାଲି

ରାଜ୍ୟରେ ମୌସୁମୀର ସକ୍ରିୟ, ଆଜିଠୁ ୫ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷିବ!

ଭୁବନେଶ୍ୱର : ରାଜ୍ୟରେ ମୌସୁମୀର ସକ୍ରିୟତା ବୃଦ୍ଧି ପାଇଛି ଓ ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ୭ରୁ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଝଡ-ବର୍ଷା ସହ ପବନ ଘଣ୍ଟା ପ୍ରତି ୪୫ରୁ ୫୫ ବହିବାର ସମ୍ଭାବନା ରହିଛି । ଯାହାର ପ୍ରଭାବରେ ଆଗାମୀ କିଛି ଦିନ ରାଜ୍ୟରେ ଲଗାଣ ବର୍ଷା ଜାରି ରହିବ । ଏନେଇ ସୂଚନା ଦେଇଛି ପାଣିପାଗ ବିଭାଗ । କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।

ପାଣିପାଗ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ମୁତାବ ମୌସୂମୀ ବାୟୁ ଲୋ ପ୍ରେସର ଲାଇନରେ ବେଶ ସକ୍ରିୟ ରହିଛି । ଏହା ପ୍ରଭାବରେ ଆଜି (ଶୁକ୍ରବାର) ଅର୍ଥାତ ଅଗଷ୍ଟ ୫ ତାରିଖରୁ ରାଜ୍ୟର ଦକ୍ଷିଣ ଓ ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଅଗଷ୍ଟ ୫ରୁ ବର୍ଷା ବଢ଼ିବା ସହ ୧୦ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ଚେତାବନୀ ଜାରି କରାଯାଇଛି । ଅଗଷ୍ଟ ୬ରୁ ୧୦ ଯାଏଁ ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା, ତଥା କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ସେହିପରି ୭ ତାରିଖରେ ବର୍ଷାର ପରିମାଣ ବଢିବ । ଏହାସହ ୪ ଜିଲ୍ଲାକୁ ଅତି ପ୍ରବଳ ଓ ୧୨ ଜିଲ୍ଲାକୁ ପ୍ରବଳ ବର୍ଷାର ସମ୍ଭାବନା ପାଇଁ ଚେତାବନୀ ଜାରି କରାଯାଇଛି । ପାଣିପାଗ ବିଭାଗ ଯେଉଁସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି, ସେଗୁଡ଼ିକ ହେଲା କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ରାୟଗଡ଼ା, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, ଢେଙ୍କାନାଲ, ଯାଜପୁର, ଭଦ୍ରକ, ଅନୁଗୋଳ, ବୌଦ୍ଧ, ନୟାଗଡା, ବଲାଙ୍ଗୀର, ବରଗଡ଼ ଏବଂ କେନ୍ଦ୍ରାପଡ଼ା । କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, ଗଜପତି, ଖୋର୍ଦ୍ଧା, ପୁରୀ, ଜଗତସିଂହପୁରୀ, ଗଞ୍ଜାମ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ଚେତାବନୀ ଜାରି କରିଛି ପାଣିପାଗ ବିଭାଗ ।

ଦକ୍ଷିଣ-ପଶ୍ଚିମ ମୌସୁମୀର ସକ୍ରିୟତା ବୃଦ୍ଧି ଯୋଗୁଁ ଦେଶର ଅନେକ ରାଜ୍ୟରେ ପୁଣି ଥରେ ପ୍ରବଳ ବର୍ଷା ଆରମ୍ଭ ହୋଇଛି । ପଞ୍ଜାବ, ହରିୟାଣା, ଦିଲ୍ଲୀ ଏନସିଆର, ହିମାଚଳ ପ୍ରଦେଶ, ଜାମ୍ମୁ କାଶ୍ମୀର ଏବଂ ପଶ୍ଚିମ ରାଜସ୍ଥାନ, ସୌରାଷ୍ଟ୍ର ଓ କଚ୍ଛ ଏବଂ ଲଦାଖରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।

Exit mobile version