Site icon ଆଜିକାଲି

ଆସନ୍ତା ଦୁଇରୁ ତିନି ଦିନ ମଧ୍ୟରେ ଓଡ଼ିଶା ଛୁଇଁପାରେ ମୌସୁମୀ ବାୟୁ

ଭୁବନେଶ୍ବର : ଆସନ୍ତା ଦୁଇରୁ ତିନି ଦିନ ମଧ୍ୟରେ ଓଡ଼ିଶା ଛୁଇଁପାରେ ମୌସୁମୀ ବାୟୁ। ଏନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା । ରାଜ୍ୟର କିଛି ଅଞ୍ଚଳକୁ ପଶ୍ଚିମବଙ୍ଗ ଏବଂ ଆନ୍ଦ୍ର ପ୍ରଦେଶରୁ ମୌସୁମୀ ବାୟୁ ପ୍ରବେଶ ହେଉଛି। ୨୦ରୁ ବଦଳିବ ପାଗ ୨୧ରେ ପ୍ରାକ ମୋସୁମି ବର୍ଷା। ୨୧ରେ ସାରା ରାଜ୍ୟରେ ସ୍ଵଳ୍ପରୁ ମଧ୍ୟମ ଧରଣର ସହ କିଛି ଜିଲାରେ ପ୍ରବଳ ବର୍ଷା ନେଇ ଆକାକଳ କରାଯାଇଛି। ୨୨ରୁ ବଢିବ ବର୍ଷାର ପରିମାଣ ଅନେକ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।

ଉପକୂଳ ଏବଂ ଆଭୟନ୍ତରୀଣ ଓଡ଼ିଶାରେ ହିଟ ୱେଭ୍ ସ୍ଥିତି ନାହିଁ। କେବଳ ଆସନ୍ତାକାଲି ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲା ପାଇଁ ହିଟ୍ ୱେଭ ୱାର୍ଣ୍ଣି ଜାରି ହୋଇଛି। ରଥଯାତ୍ରା ପାଇଁ ପାଗ ସମ୍ପୂର୍ଣ ଠିକ୍ ରହିଛି। ଗତକାଲି ପୁରୀରେ ତାପମାତ୍ରା ୩୪ ଡ଼ିଗ୍ରୀ ରହିଥିଲା। ବର୍ତ୍ତମାନ ସୁଦ୍ଧା ପୁରୀ ପାଗ ଭଲ ରହିଛି। ଆଦ୍ରତା ରହିଲେ ମଧ୍ୟ ମେଘ ଓ ପବନ ପାଇଁ ଗୁଲୁ ଗୁଳିରୁ ମୁକ୍ତି ମିଳିବ। ମଝି ମଝିରେ ପୁରୀରେ ବର୍ଷା ସମ୍ଭାବନା ମଧ୍ୟ ରହିଛି। ଦୁଇ ଦିନ ପରେ ପାଗରେ ଆହୁରି ପରିବର୍ତନ ଦେଖାଯିବ।

Exit mobile version