Site icon ଆଜିକାଲି

ଆସନ୍ତା ୨୨ ତାରିଖରେ ଓଡ଼ିଶା ଛୁଇଁବ ମୌସୁମୀ

ଭୁବନେଶ୍ୱର : ଆସନ୍ତା ୨୨ ତାରିଖରେ ଓଡ଼ିଶା ଛୁଇଁବ ମୌସୁମୀ । ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ବିସ୍ତୃତ ଅଞ୍ଚଳରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ମୌସୁମୀ ଅଗ୍ରସର ନେଇ ଅନୁକୂଳ ହୋଇଛି ପାଗ ।

ତେବେ ୧୮ରୁ ପ୍ରାକ୍ ମୌସୁମୀ ବର୍ଷା ପ୍ରଭାବରେ ଉପକୂଳରେ ତାତି କମିଲେ ମଧ୍ୟ ପଶ୍ଚିମ ଓଡ଼ିଶାରେ ତାତି କମିବ ନାହିଁ । ୧୮ରୁ ୨୧ ଭିତରେ ରାଜ୍ୟରେ ପ୍ରାକ୍ ମୌସୁମୀ ବର୍ଷା ହେବ । ୨୧ ତାରିଖ ଯାଏ ପଶ୍ଚିମ ଓଡ଼ିଶାରେ ତାତି କମିବାର ସମ୍ଭାବନା କମ୍ । ୨୨ରେ ରାଜ୍ୟରେ ପହଞ୍ଚିବ ମୌସୁମୀ । ରାଜ୍ୟର ବିସ୍ତୃତ ଅଞ୍ଚଳରେ ମୌସୁମୀ ବର୍ଷା ହେଲେ ମଧ୍ୟ ବର୍ଷାର ପରିମାଣ କମ୍ ରହିବ । ମୌସୁମୀ ବାୟୁ ପ୍ରଭାବରେ ତାତିରେ ବିରାମ ଲାଗିବ । ଜୁନ୍ ପରେ ମୌସୁମୀ ପ୍ରଭାବରେ ଭାରି ବର୍ଷା ହେବ ।

Exit mobile version