Site icon ଆଜିକାଲି

ମାଆ ନାଗୁଣୀ ଧରା ହେବାର ମାସେ ପରେ ୨୨ ନାଗ ଛୁଆ ଉଦ୍ଧାର

ଭଦ୍ରକ : ମାସେ ପୂର୍ବରୁ ଧରା ପଡ଼ିଥିଲା ମା ନାଗୁଣୀ । ଆଉ ଏବେ ଉଦ୍ଧାର ହେଲେ ୨୨ ଟି ନାଗ ଛୁଆ । ଖାଲି ସେତିକି ନୁହଁ ୩୬ ଟି ସାପ ଅଣ୍ଡା ଖୋଳ ମଧ୍ୟ ଉଦ୍ଧାର ହୋଇଛି । ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକ ଅନ୍ତର୍ଗତ ଷୋଳମପୁର ପଞ୍ଚାୟତ ଅଧୀନ ବିରୋଳୀ ଶାସନର ଲକ୍ଷ୍ମୀଧର ପଣ୍ଡାଙ୍କ ଘରେ ଏହି ସାପ ଛୁଆ ଉଦ୍ଧାର ହୋଇଛନ୍ତି । ସୂଚନା ଅନୁଯାୟୀ ଲକ୍ଷ୍ମୀଧର ପଣ୍ଡାଙ୍କ ବୋହୁ ରଶ୍ମିତା ପଣ୍ଡା ଗୁହାଳ ଘରକୁ ଯାଇ ଜାଳେଣି କାଠ ଆଣିବା ସମୟରେ ହଠାତ୍ ଦୁଇଟି ନାଗ ଛୁଆ ତାଙ୍କ ଡାହାଣ ହାତ ଉପରେ ଚଢ଼ି ଯାଇଥିଲେ। ଲକ୍ଷ୍ମୀଧର ପଣ୍ଡାଙ୍କ ପୁଅ ପ୍ରଦୀପ ଯାଜପୁର ସ୍ନେକ ହେଲ୍ପକୁ ଯୋଗାଯୋଗ କରିଥିଲେ। ସ୍ନେକ ହେଲ୍ପ ଲାଇନର ଚିତ୍ତ ରଞ୍ଜନ ପଣ୍ଡା ଆସି ଅନେକ ଖୋଜା ଖୋଜି କରିବା ପରେ ଅନେକ ସାପ ଉଦ୍ଧାର କରିଥିଲେ।

ଏହି ଘଟଣାର ଏକମାସ ପୂର୍ବରୁ ସେହି ଗୁହାଳ ଘରୁ ୪ ଫୁଟ୍ ଲମ୍ବର ମାଆ ନାଗୁଣୀ ଧରା ପଡିଥିଲା। ୩୬ ଟି ଅଣ୍ଡା ଖୋଳ , ୨୨ ନାଗ ଛୁଆ ଉଦ୍ଧାର ହୋଇଥିବା ବେଳେ ଆଉ ୧୪ ଟି ନାଗଛୁଆ ମିଳି ନ ଥିବା ନେଇ ଆଶଙ୍କାରେ ପରିବାର ଲୋକେ । ସାପ ଛୁଆ ଦେଖିବାକୁ ଗ୍ରାମବାସୀଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଛି । ସ୍ନେକ ହେଲ୍ପ ଲାଇନର ଚିତ୍ତ ରଞ୍ଜନ ପଣ୍ଡା ଉଦ୍ଧାର କରିଥିବା ୨୨ଟି ସାପକୁ ରଗଡ଼ି ଜଙ୍ଗଲରେ ଛାଡ଼ି ଥିବା ସୂଚନା ମିଳିଛି ।

Exit mobile version