Site icon ଆଜିକାଲି

ଭୟ ବଢାଉଛି ସ୍କ୍ରବ ଟାଇଫସ, ସୁନ୍ଦରଗଡ଼ରେ ୨୫୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ସୁନ୍ଦରଗଡ଼ : ସୁନ୍ଦରଗଡ ଜିଲ୍ଲାରେ ବଢ଼ିବାରେ ଲାଗିଛି ସ୍କ୍ରବ ଟାଇଫସ ଆକ୍ରାନ୍ତଙ୍କ ସଂଖ୍ୟା। ବର୍ତ୍ତମାନ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟ ୨୫୦କୁ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାରେ ଆଉ ୬ ଜଣ ସ୍କ୍ରବ ଟାଇଫସ୍ ରୋଗୀ ଚିହ୍ନଟ ହୋଇଥିବା ସୂଚନା ରହିଛି । ଯାହାକୁ ନେଇ ଭୟରେ ସୁନ୍ଦରଗଡବାସୀ ।

ଜିଲାରେ ୪୦ଟି ରକ୍ତ ନମୁନା ପରୀକ୍ଷା ହେବା ପାଇଁ ଯାଇଥିଲା । ଯେଉଁଥିରେ ୬ଜଣଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି । ଆଉ ବାକି ରିପୋର୍ଟ ନେଗେଟିଭ୍‌ ଆସିଛି । ତେବେ ଚିହ୍ନଟ ହୋଇଥିବା ୬ ଆକ୍ରାନ୍ତଙ୍କ ଉପରେ ଲଗାତର ଭାବେ ନଜର ରଖାଯାଇଛି । ମେଡିକାଲ ଓ ଜିଲା ପ୍ରଶାସନ ପକ୍ଷରୁ ଗାଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି । ଲୋକଙ୍କ ସ୍କ୍ରବ୍‌ ଟାଇଫସ ନେଇ ସଚେତନ କରାଯାଉଛି ।

Exit mobile version