Site icon ଆଜିକାଲି

ଆଜି ଏଏସଓ ପରୀକ୍ଷା, ପରୀକ୍ଷା ଦେବେ ୨ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ

ଭୁବନେଶ୍ୱର : ଆଜ ଏଏସଓ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ । ରାଜ୍ୟର ୩୩ଟି ଜୋନର ୪୮୨ ସେଂଟରରେ ୨ଲକ୍ଷ ୬ହଜାରରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ୩ ଟି ସିଫ୍ଟରେ ହେବ ପରୀକ୍ଷା । ପ୍ରଥମ ପର୍ଯ୍ୟାୟରେ ସାଧାରଣ ଜ୍ଞାନ, ଦ୍ୱିତୀୟ ପର୍ଯ୍ୟାୟରେ ମେଂଟାଲ ଆବିଲିଟି ଓ ରିଜନିଂ ଏବଂ ତୃତୀୟ ପର୍ଯ୍ୟାୟରେ ଭାଷା ଓଡ଼ିଆ ଆଉ ଇଂରାଜୀ ବିଷୟ ରହିଛି । ସମସ୍ତ ପରୀକ୍ଷାରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଅତିରିକ୍ତ ୩୦ ମିନିଟ୍ ସମୟ ଦିଆଯିବ ।

ସୂଚନା ଯେ, ଏଏସଓର ଲିଖିତ ପରୀକ୍ଷା ଗତ ୨୧ ତାରିଖରେ ହେବାର ଥିଲା । ହେଲେ ରାଜ୍ୟରେ ବନ୍ୟା ସ୍ଥିତି ପାଇଁ ଏହାକୁ ଘୁଂଚାଯାଇଥିଲା । ଶନିବାର ପରୀକ୍ଷା ପାଇଁ ମୋଟ ଖୋର୍ଦ୍ଧା ଜିଲାରେ ୧୩୯ଟି ସେଂଟର ହୋଇଥିବାବେଳେ କେବଳ ଭୁବନେଶ୍ୱରରେ ୧୨୯ଟି ଶିକ୍ଷାନୁଷ୍ଠାନ ସାମିଲ ରହିଛି । ଛାତ୍ରଛାତ୍ରୀମାନେ ପୂର୍ବ ନିର୍ଦ୍ଧାରିତ ତାରିଖ ପାଇଁ ପାଇଥିବା ଆଡମିଟ୍ କାର୍ଡରେ ଆସନ୍ତାକାଲି ପରୀକ୍ଷା ଦେଇପାରିବେ ।

Exit mobile version