Site icon ଆଜିକାଲି

ରାଜ୍ୟରେ ୫ଟି ବ୍ୟାଗ୍‌‌ ବଣ୍ଟନ ପାଇଁ ୨୪୭କୋଟିରୁ ଅଧିକ ଖର୍ଚ୍ଚ : ମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ବିଜେଡି ସରକାର ସମୟରେ ୫ଟି ବ୍ୟାଗ୍‌‌ ବଣ୍ଟନରେ କେତେ ଟଙ୍କା ଖର୍ଚ୍ଚ କରିଥିଲେ। ଯେଉଁମାନେ ପାଇନାହାଁନ୍ତି ସେମାନଙ୍କ ଲାଗି କିଛି ବ୍ୟବସ୍ଥା ରହିଛି କି ନାହିଁ ବୋଲି ପ୍ରଶ୍ନ କରିଥିଲେ ବିଧାୟକ ଅମରେନ୍ଦ୍ର ଦାସ। ଗୃହରେ ଏହାର ଲିଖିତ ଉତ୍ତର ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ୫ଟି ବ୍ୟାଗ ବଣ୍ଟନ ସହିତ ପରିବାର ପିଛା ୧୦୦୦ଟଙ୍କା ବଣ୍ଟନ କରିଥିଲେ ପୂର୍ବ ସରକାର। ସମସ୍ତ ନିର୍ବାଚନ ମଣ୍ଡଳୀରେ ଆମ ଓଡ଼ିଶା ନବୀନ ଓଡ଼ିଶା ୫ଟି ବ୍ୟାଗ ବଣ୍ଟନରେ ମୋଟ ୨୪୭କୋଟି ୩୬ଲକ୍ଷ ୬୪ହଜାର ୨୯୭ଟଙ୍କା ଖର୍ଚ୍ଚ ହୋଇଥିଲା। ଏହାସହିତ ପ୍ରତି ପରିବାରକୁ ୧୦୦୦ ଟଙ୍କା ପ୍ରଦାନ କରାଯାଇଥିଲା। ସେଥିପାଇଁ ୯୫୯କୋଟି ୫ଲକ୍ଷ ୨୬ହଜାର ଟଙ୍କା ଖର୍ଚ୍ଚ ହୋଇଥିଲା। ତେବେ ଯେଉଁମାନେ ଏହା ପାଇବାରୁ ବଞ୍ଚିତ ହୋଇଛନ୍ତି ସେମାନଙ୍କ ଲାଗି ବର୍ତ୍ତମାନ କୌଣସି ବ୍ୟବସ୍ଥା ନାହିଁ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।

Exit mobile version