Site icon ଆଜିକାଲି

ଅମ୍ବାଭୋନା ଥାନା ଭିତରେ ତୁମୁଳକାଣ୍ଡ, କମ୍ପ୍ୟୁଟର-ଟେବୁଲ୍-ଚେୟାର ଭଙ୍ଗାରୁଜା

ବରଗଡ଼ : ଅମ୍ବାଭୋନା ଥାନା ଭିତରେ ତୁମୁଳକାଣ୍ଡ । ଥାନା ଭିତରେ ଗଣ୍ତଗୋଳ ସହ ଭଙ୍ଗାରୁଜା କଲେ ୩୦ରୁ ଉର୍ଦ୍ଧ୍ଵ ବ୍ୟକ୍ତି । ପୋଲିସ ଚଢ଼ାଉରେ ଅତିଷ୍ଠ ହୋଇ ଭଙ୍ଗାରୁଜା କରିଥିବା ଗଣ୍ଡଗୋଳର କାରଣ ବୋଲି ଅଭିଯୋଗ ହୋଇଛି ।

ପିକନିକ ପାରଟିରେ ମାଦକ ଦ୍ରବ୍ୟ ଥିବା ସୂଚନା ପାଇ ପୋଲିସ ଚଢ଼ାଉ କରିଥିଲା । ତେବେ ଚଢ଼ାଉ ବେଳେ ପୋଲିସ କିଛି ପାଇ ନଥିଲା । ଏଥିରେ ଉତକ୍ଷିପ୍ତ ହୋଇ ପ୍ରାୟ ୩୦ରୁ ଉର୍ଦ୍ଧ୍ଵ ବ୍ୟକ୍ତି ଥାନାରେ ପଶି ଥାନାରେ ଥିବା କମ୍ପ୍ୟୁଟର , ଟେବୁଲ୍, ଚେୟାର ଭଙ୍ଗାରୁଜା କରିଛନ୍ତି। ଘଟଣାସ୍ଥଳରେ ବରଗଡ଼ ଏସଡିପିଓ ପଦାରବିନ୍ଦ ତ୍ରିପାଠୀ ପହଞ୍ଚି ତଦନ୍ତ କରୁଛନ୍ତି ।

Exit mobile version