Site icon ଆଜିକାଲି

ରମେଶ-ଟିକିଲିମା ରାସ୍ତାରୁ ପାଞ୍ଚ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ

ମୋହନା : ଗଜପତି ଜିଲା ଅଡବା ଥାନା ଅଧିକାରୀ ଶୁଭ୍ରାନ୍ତ କୁମାର ପଣ୍ଡାଙ୍କ ନିର୍ଦ୍ଧେଶରେ ଏସଆଇ ଭାଗ୍ୟଲତା ଦାଶ ଓ ଟିମ୍‌ ପେଟ୍ରୋଲିଂ କରିବା ସମୟରେ ରମେଶ ଟିକିଲିମା ଗ୍ରାମ ରାସ୍ତାରେ ୧୮ଟି ପ୍ଲାଷ୍ଟିକ ଅଖା ଥିବା ଦେଖିବାକୁ ପାଇଥିଲେ । ଉକ୍ତ ବସ୍ତାକୁ ଯାଞ୍ଚ କରିବା ବେଳେ ସେଥିରୁ ଗଞ୍ଜେଇ ବାହାରିଥିଲା। ଗଞ୍ଜେଇକୁ ଜବତ କରାଯାଇ ମୋହନା ଅତିରିକ୍ତ ତହସିଲଦାର ହିମାଂଶୁ ଭୂଷଣ ପଲାଇଙ୍କ ଉପସ୍ଥିତରେ ଓଜନ କରାଯାଇଥିଲା । ଯାହାର ପରିମାଣ ୫୫୮କିଲୋ ୮ ଶହ ଗ୍ରାମ ହେଇଥିଲା । ଜବତ ଗଞ୍ଜେଇର ଆନୁମାନିକ ବଜାର ଦର ୨୮ ଲକ୍ଷ ଟଙ୍କା ହେବ ବୋଲି ଅଡବା ଥାନା ଅଧିକାରୀ ସୁଚନା ଦେଇଛନ୍ତି।

Exit mobile version