Site icon ଆଜିକାଲି

ବିଦ୍ୟୁତ ଆଘାତରେ ମାଆ ଓ ଆଠ ମାସର ଶିଶୁ ପୁତ୍ରର ମୃତ୍ୟୁ


ବରଗଡ଼ : ବିଦ୍ୟୁତ ସଂସ୍ପର୍ଶରେ ଆସି କୋମଳମତୀ ଶିଶୁ ସମେତ ମାଆର ମୃତ୍ୟୁ ଘଟିଛି । ଏହି ଘଟଣାଟି ଘଟିଛି ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଳକ ଅନ୍ତର୍ଗତ ବାରିକେଲ ଗ୍ରାମରେ । ମୃତକ ମହିଳା ଜଣକ ହେଲେ ଅଞ୍ଜଳି ବାଗ(୩୨) ଓ ଶିଶୁ ପୁତ୍ର ଗୌରବ (୮ମାସ)।

ଘର ଲୋକଙ୍କ କହିବା ମୁତାବକ ମୂଷାକାଟି ଦେଇଥିବାରୁ ବିଦ୍ୟୁତ ତାର ଆଲମୀରା ଉପରେ ପଡି ଯାଇଥିଲା । ଯାହା ମହିଳା ଜଣକ ଜାଣି ପାରିନଥିଲେ ଓ ତାହା ଖୋଲିଥିଲେ ସେହି ସମୟରେ ସେ କାଖେଇ ଥିବା ୮ ମାସର ଶିଶୁକୁ ଧରିଥିଲେ । ତେଣୁ ଶିଶୁ ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲା । ଫଳରେ ଦୁହିଁଙ୍କ ମୃତ୍ୟୁ ହୋଇଥିଲା । ସେ ସମୟରେ ଘରେ କେବଳ ମହିଳାଙ୍କ ଶାଶୁ ଥିଲେ ଯେ ନିଜ ଘର ବାରିପଟେ ଗୋବର ସଫା କରୁଥିଲେ । ସେ ଗୋବର ସଫାକରି ଫେରିଲା ପରେ ଦେଖିଲି ଥିଲେ ଦୁହିଙ୍କୁ ଏବଂ ତା ପରେ ତାଙ୍କ ପୁଅକୁ ଜଣାଇଥିଲେ । ଖବରପାଇ ଉଭୟଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ ।

Exit mobile version