Site icon ଆଜିକାଲି

ଟାଙ୍ଗରପାଲି ଗାଁରେ ଅଘଟଣ, ରଶି ଲଗାଇ ଝୁଲିପଡିଲେ ମାଆ-ପୁଅ

ସମ୍ବଲପୁର : ସମ୍ବଲପୁର ଅଇଁଠାପାଲି ଥାନା ଟାଙ୍ଗରପାଲି ଗାଁରେ ଅଘଟଣ । ବେକରେ ରଶି ଲଗାଇ ଆତ୍ମହତ୍ୟା କଲେ ମାଆ ଓ ପୁଅ । ତେବେ ମୃତ ମାଆଙ୍କ ବୟସ ୫୫ ବର୍ଷ ହୋଇଥିବା ବେଳେ ପୁଅର ବୟସ ୩୦ ବର୍ଷ ବୋଲି ଜଣାପଡିଛି । ଏବେ ଯାଏଁ ମୃତକଙ୍କ ପରିଚୟ ମିଳିପାରିନାହିଁ । ସେପଟେ ଅଇଁଠାପାଲି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । ତେବେ ଘରେ କେହିନଥିବା ବେଳେ ଉଭୟ ଆତ୍ମହତ୍ୟା କରିଥିବା ଜଣାପଡିଛି । ପୋଲିସ ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ପୋଲିସର ପ୍ରାଥମିକ ରିପୋର୍ଟ ଆସିବା ପରେ ମୃତ୍ୟୁର ସଠିକ୍‌ କାରଣ ଜଣାପଡିବ ବୋଲି ସ୍ଥାନୀୟଲୋକେ ଆଶା ରଖିଛନ୍ତି ।

Exit mobile version