Site icon ଆଜିକାଲି

ପୋଖରୀରେ‌ ବୁଡି ପୁଅ ଓ ଝିଅ ସହ ମା’ ମୃତ

ପାଟଣା: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ବଡ଼ ମସିଣାବିଲା ପଞ୍ଚାୟତ ପାଣିପଶି ଗ୍ରାମରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। ଗାଧୋଇବା ବେଳେ ପୋଖରୀର ଗଭୀର ପାଣିରେ ବୁଡି ପୁଅ, ଝିଅ ସହ ମାଆର ମୃତ୍ୟୁ । ମୃତକ ପବନା ମହାକୁଡ଼ଙ୍କ ପତ୍ନୀ କାମିନୀ ମହାକୁଡ଼, ୭ ବର୍ଷର ପୁଅ ମିଥୁନ ଓ ୫ ବର୍ଷର ଝିଅ ସୁନୁକା ମହାକୁଡ଼।

ସୂଚନା ଯେ, ବୁଧବାର ପୂର୍ବାହ୍ନରେ ଘର ନିକଟରେ ଥିବା ପୋଖରୀକୁ ପୁଅ ଓ ଝିଅକୁ ନେଇ ମାଆ କାମିନୀ ଗାଧୋଇବା ପାଇଁ ଯାଇଥିଲେ। ମାଆ ଲୁଗା ସଫା କରିବା ସମୟରେ ପୁଅ ଓ ଝିଅ ପୋଖରୀର ଗଭୀର ପାଣିରେ ବୁଡି ଯାଉଥିବା ଦେଖି ଦୁଇ ଛୁଆଙ୍କୁ ଉଦ୍ଧାର କରିବାକୁ ଯାଇ ସେ ମଧ୍ୟ ଗଭୀର ପାଣିରେ ବୁଡି ଜୀବନ ହରାଇଛନ୍ତି। ନିକଟରେ ଥିବା ଛୋଟ ପୁଅଟି ଘରକୁ ଫେରି ଆସି ଜେଜେମାଆକୁ ଜଣାଇବା ପରେ ଘଟଣାସ୍ଥଳରେ ଗ୍ରାମବାସୀ ପହଞ୍ଚି ବହୁ ଉଦ୍ୟମ କରି ପୋଖରୀ ଭିତରୁ ମୃତ ଅବସ୍ଥାରେ ମାଆ ଓ ତାଙ୍କ ଦୁଇ ପିଲାଙ୍କୁ ଉଦ୍ଧାର କରିଥିଲେ। ଖବରପାଇ ୧୦୮ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ମୃତଦେହକୁ ଘଟଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଛନ୍ତି। ଏନେଇ ସମଗ୍ର ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Exit mobile version