Site icon ଆଜିକାଲି

ପାରିବାରିର କଳହରୁ ବିଷ ପିଇ ମା ମୃତ ଓ ଝିଅ ଗୁରୁତର

Close-up of human feet in the morgue

ଚାନ୍ଦବାଲି : ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଉତୁକୁଡା ପଂଚାୟତର ମୃଗନୟନୀ ଗାଁରେ ଘଟିଛି ଅଭାବନୀୟ ଘଟଣା । ପାରିବାରିର କଳହରୁ ବିଷ ପିଇ ମା ମୃତ ଓ ୮ ବର୍ଷର ଝିଅ ଗୁରୁତର। ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲରେ ଚିକିତ୍ସିତ ହେଉଛି ଝିଅ ।

ସୂଚନା ଅନୁସାରେ ମଗନୟନୀ ଗାଁରେ ସୁଶାନ୍ତ ନାୟକ ଓ ତାଙ୍କ ସ୍ତ୍ରୀ କବିତା ନାୟକଙ୍କ ଭିତରେ କୈାଣସି କାରଣକୁ ନେଇ ଝଗଡା ହୋଇଥିଲା । ଏହି ଘଟଣାରେ ମା କବିତା ରାତିରେ ନିଜେ ବିଷ ପିଇବା ସହ ଆଠ ବର୍ଷର ଝିଅକୁ ପାଣିରେ ମୂଷା ଔଷଧ ମିଶାଇ ଖୁଆଇ ଦେଇଥିଲା । ମା ଓ ଝିଅର ଦେହ ଖରାପ ହେବାରୁ ଝିଅ ଘର ଲୋକଙ୍କ ଆଗରେ ମା ବିଷ ଖୁଆଇ ଦେଇଛି ବୋଲି ଝିଅ କହିଥିଲା । ପରେ ପରିବାର ଲୋକେ ଉଭୟଙ୍କୁ ଚାନ୍ଦବାଲି ମେଡିକାଲ ଆଣିଥିଲେ । ସେଠାରେ ମାର ମୃତ୍ୟୁ ହୋଇଥିବା ବେଳେ ଝିଅର ଅବସ୍ଥା ଗୁରୁତର ଥିବାରୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

Exit mobile version