Site icon ଆଜିକାଲି

ଖଣି କ୍ଷେତ୍ରରେ ବିଶ୍ୱସ୍ତରୀୟ ଉତ୍କର୍ଷ କେନ୍ଦ୍ର ନିର୍ମାଣ ପାଇଁ ଏମଓୟୁ ସ୍ୱାକ୍ଷରିତ

ଭୁବନେଶ୍ୱର : ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇଙ୍କ ମାର୍ଗଦର୍ଶନ, ଉତ୍ସାହ ଏବଂ ହସ୍ତକ୍ଷେପ ଅନୁଯାୟୀ ରାଜ୍ୟର ଖଣି କ୍ଷେତ୍ରରେ ବିଶ୍ୱସ୍ତରୀୟ ଉତ୍କର୍ଷ କେନ୍ଦ୍ର ନିର୍ମାଣ ପାଇଁ ଏକ ଏମଓୟୁ ସ୍ୱାକ୍ଷରିତ ହୋଇଛି । ଓଡିଶା ସ୍କିଲ ଡେଭଲପମେଣ୍ଟ ଅଥରିଟିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରେଘୁ ଜୀ ଏବଂ ଏସସିଏମଏସର ସିଇଓ ସଞ୍ଜୟ ଶର୍ମାଙ୍କ ମଧ୍ୟରେ ଏହି ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି ।

ଓଏସଡିଏ ଅଧ୍ୟକ୍ଷା ଅଲକା ମିଶ୍ର ଏବଂ ଟାଟା ଷ୍ଟିଲ ମାଇନିଂ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ପଙ୍କଜ କୁମାର ସତୀଜା ଓ ଖଣି କ୍ଷେତ୍ର ପାଇଁ ସ୍କିଲ୍ କାଉନସିଲଙ୍କ ଉପସ୍ଥିତିରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା । ଏହି ଏମଓୟୁ ଏବଂ ପୋଷ୍ଟ ମାଧ୍ୟମରେ ଜିଲ୍ଲା ଜ୍ଞାନ କୌଶଳ ଭିତ୍ତିଭୂମି ସର୍ବେକ୍ଷଣ ଏବଂ ଖଣି କ୍ଷେତ୍ର ପାଇଁ ଅଧିକ ଚାହିଦା ଅନୁଯାୟୀ ଭବିଷ୍ୟତର କୌଶଳ ତଥା ଓଡିଶାର ଖଣି କ୍ଷେତ୍ର ପାଇଁ ଏକ ଅତ୍ୟାଧୁନିକ ‘ସେଣ୍ଟର ଅଫ୍ ଏକ୍ସଲେନ୍ସ’ ରିପୋର୍ଟ ପ୍ରସ୍ତୁତ କରାଯିବ । ସ୍ଥାନୀୟ ପ୍ରକଳ୍ପ ପ୍ରଭାବିତ ବ୍ୟକ୍ତିଙ୍କୁ ଖଣି ଶିଳ୍ପଗୁଡିକର ସହଯୋଗରେ ସ୍ୱଳ୍ପକାଳୀନ ତାଲିମ ମଡ୍ୟୁଲ୍ ମାଧ୍ୟମରେ ଲାଭଜନକ ନିଯୁକ୍ତି ପାଇଁ ତାଲିମ ଦିଆଯିବ। ବିଶ୍ବସ୍ତରୀୟ ତାଲିମ ଭାଗୀଦାରୀ / ବିଶ୍ୱବିଦ୍ୟାଳୟ / ଏକାଡେମିକ୍ ଅନୁଷ୍ଠାନ ମାନଙ୍କ ସହବନ୍ଧନରେ ତାଲିମପ୍ରାପ୍ତ ଏବଂ ସ୍ଵୀକୃତିପ୍ରାପ୍ତ ପ୍ରାର୍ଥୀମାନଙ୍କୁ ବିଶ୍ବସ୍ତରରେ ସ୍ଥାନିତ ପାଇଁ ଏକ ପ୍ରମୁଖ କ୍ଷେତ୍ର ହେବ। ଏହା ବ୍ୟତୀତ,ଶିଳ୍ପ କ୍ଷେତ୍ରର ଆବଶ୍ୟକତା ଅନୁଯାୟୀ ଚାହିଦା ମୁତାବକ ସେବା ତଥା ବୈଷୟିକ ସମାଧାନ କ୍ଷେତ୍ରରେ ଡିଟିଇଟି, ଓଡିଶା ସହିତ ପରାମର୍ଶର ଏକ ସ୍ୱତନ୍ତ୍ର ମଡ୍ୟୁଲ୍ ମଧ୍ୟ ଏକ ଏଜେଣ୍ଡା ଭାବେ ଏମଓୟୁରେ ସ୍ଥାନ ପାଇଛି ।

Exit mobile version