Site icon ଆଜିକାଲି

ମକର ସଂକ୍ରାନ୍ତି ପାଇଁ ଚଳଚଞ୍ଚଳ ଧବଳେଶ୍ବର ପୀଠ

କଟକ : ଆଜି ପବିତ୍ର ମକର ସଂକ୍ରାନ୍ତି । ଏହି ପରିପ୍ରେକ୍ଷୀରେ ଚଳଚଞ୍ଚଳ ଧବଳେଶ୍ବର ପୀଠ । ଆଠଗଡରେ ବାବା ଧବଳେଶ୍ଵରଙ୍କ ପୀଠରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି । ଭୋର ୪ଟାରୁ ମନ୍ଦିର ଦ୍ଵାର ଫିଟାଯାଇ ବାବାଙ୍କ ନୀତିକାନ୍ତି କରାଯାଇଥିଲା । ପରେ ସାଧାରଣ ଦର୍ଶନ ପାଇଁ ଦ୍ଵାର ଫିଟା ଯାଇଥିଲା । ଆଜିର ଦିନରେ ବାବା ଧବଳେଶ୍ଵରଙ୍କୁ ମକରଚାଉଳ ଲାଗି କଲେ କୋଟି ଜନ୍ମର ପୂଣ୍ୟ ମିଳିବା ବିଶ୍ବାସ ରହିଛି । ପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

Exit mobile version