Site icon ଆଜିକାଲି

ରମ୍ଭା ବାଇପାସରେ ଜଳିଗଲା ଚଳନ୍ତା ଟ୍ରକ୍, ବର୍ତ୍ତିଲେ ଡ୍ରାଇଭର୍ ଓ ହେଲପର୍

ଛତ୍ରପୁର : ରମ୍ଭା- ଖଲ୍ଲିକୋଟ ଜାତୀୟ ରାଜପଥ- ୧୬ର ରମ୍ଭା ନିକଟ ବାଇପାସ୍ ରାସ୍ତାରେ ମଙ୍ଗଳବାର ରାତିରେ ଏକ ଚଳନ୍ତା ଟ୍ରକ୍ ଜଳିଯାଇଛି। ତେବେ ଡ୍ରାଇଭର୍ ଓ ହେଲପର୍ ଦୁହେଁ କୈାଣସିମତେ ଗାଡ଼ିରୁ ଠିକ୍ ସମୟରେ ଓହ୍ଲାଇ ଯିବାରୁ ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ମାଲବାହୀ ଟ୍ରକଟି କଟକରୁ ବିଜୟୱାଡ଼ା ଅଭିମୁଖେ ଯାଉଥିବା ବେଳେ ରମ୍ଭା ବାଇପାସରେ ଅଚାନକ ଆପଣାଛାଏଁ ନିଆଁ ଲାଗିଯିବା ଦେଖିଥିଲେ। ଡ୍ରାଇଭର୍ ଅସଦୁଲ ଖାନ୍ ଓ ହେଲପର୍ ଜୟରୁଲ ଟ୍ରକରୁ ଓହ୍ଲାଇ ପଡ଼ିଥିଲେ । ପରେ ସମ୍ପୂର୍ଣ୍ଣ ଟ୍ରକ୍ ଜଳିଯାଇ ଥିଲା। ହାଇୱେ ପାଟ୍ରୋଲିଂ ପୋଲିସ ଟିମ୍ ଘଟଣାସ୍ଥଳରେ ଟ୍ରାଫିକ୍ ନିୟନ୍ତ୍ରଣ କରିବା ସହ ଖଲ୍ଲିକୋଟ ଅଗ୍ନିଶମ କେନ୍ଦ୍ର କର୍ମଚାରୀ ଦୁଇ ଘଣ୍ଟା କାଳ ପରିଶ୍ରମ କରି ନିଆଁ ଲିଭାଇଥିଲେ।

Exit mobile version