କେନ୍ଦୁଝର, ଆଗାମୀ ଅକ୍ଟୋବର ୧୬ରୁ ଏମ୍ଏସପି ସ୍ପଞ୍ଜ ଆଇରନ କାରଖାନା ସମ୍ମୁଖରେ ଆନ୍ଦୋଳନ କରିବ ଏମ୍ଏସପି ସ୍ପଞ୍ଜ ଆଇରନ ମଯଦୁର ସଂଘ । ଏଥିପାଇଁ ବିଏମଏସ ଓ ଏମ୍ଏସପି ସ୍ପଞ୍ଜ ଆଇରନ ମଯଦୁର ସଂଘ ର ମିଳିତ ସାମ୍ବାଦିକ ସମ୍ମିଳନୀ କେନ୍ଦୁଝର ସହରର ସହିଦ ସଦନ ଠାରେ ଅନୁଷ୍ଠିତ ହୋଇଯାଇଛି । କମ୍ପାନୀ ପକ୍ଷରୁ ବେଆଇନ ଭାବରେ ପାଖାପାଖି ୪୫ଜଣ କର୍ମଚାରୀ ଙ୍କୁ ଛଟେଇ କରାଯାଇଥିବା ଓ ସର୍ବଦା କମ୍ପାନୀ ଶ୍ରମିକ ମମାରଣ ନିତୀ ଅବଲମ୍ବନ କରୁଥିବା ଅଭିଯୋଗ କରିଛନ୍ତି ଏମ୍ଏସପି ସ୍ପଞ୍ଜ ଆଇରନ ମଯଦୁର ସଂଘ ର ଉପଦେଷ୍ଟା ତଥା ଗୋବର୍ଦ୍ଧନ ପଞ୍ଚାୟତ ର ସରପଞ୍ଚ ସଞ୍ଜୟ କୁମାର ମୁଣ୍ଡା । ଏହି ସାମ୍ବାଦିକ ସମ୍ମିଳନୀରେ ବିଏମଏସ ର ରାଜ୍ୟ ସାଧାରଣ ସମ୍ପାଦକ ଶାନ୍ତନୁ ମହାପାତ୍ର,ଏମ୍ଏସପି ସ୍ପଞ୍ଜ ଆଇରନ ମଯଦୁର ସଂଘ ର ଉପସଭାପତି ଉମାକାନ୍ତ ଦଶ, ଶ୍ରମିକ ନେତା ବିବେକାନନ୍ଦ ମହାନ୍ତ ଓ ରାଜକିଶୋର ମିଶ୍ର ଉପସ୍ଥିତ ଥିଲେ ।