Site icon ଆଜିକାଲି

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମୁରଲୀଧରନ ଓ ଲିଜେଣ୍ଡସ୍ ଲିଗ କ୍ରିକେଟର


ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ସ୍ପିନ ଯାଦୁଗର ମୁଥିଆ ମୁରଲୀଧରନ। ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଗତକାଲି ଭେଟିଛନ୍ତି ମୁଥିଆ। ଲିଜେଣ୍ଡସ ଲିଗ୍‌ କ୍ରିକେଟ ପାଇଁ ଭୁବନେଶ୍ବରରେ ପହଞ୍ଚିବା ପରେ ମୁରଲିଧରନ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ମଣିପାଲ ଟାଇଗର୍ସ ଦଳରେ ଖେଳୁଥିବା ମୁରଲୀଧରନଙ୍କ ସମେତ ଏବଂ ଲିଜେଣ୍ଡସ ଲିଗ୍‌ କ୍ରିକେଟର ଅନ୍ୟ କିଛି ଖେଳାଳି ଏବଂ ପରିଚାଳକ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି।

ମୁଖ୍ୟମନ୍ତ୍ରୀ ଖେଳାଳି ଓ ଲିଜେଣ୍ଡ ଲିଗ୍‌ କ୍ରିକେଟ ଆୟୋଜକମାନଙ୍କ ସହ ବେଶ କିଛି ସମୟ ଆଲୋଚନା କରିବା ସହ ଭାରତୀୟ ହକି ଟିମର ଏକ ଜର୍ସି ଉପହାର ଆକାରରେ ଦେଇଥିଲେ ମୁଖ୍ୟମନ୍ତ୍ରୀ।

Exit mobile version