Site icon ଆଜିକାଲି

ନବ ଦାସ ହତ୍ୟା ଅଭିଯୁକ୍ତ ଗୋପାଳ ଦାସଙ୍କ ଆଜିଠୁ ତୃତୀୟ ପର୍ଯ୍ୟାୟ କ୍ରାଇମବ୍ରାଞ୍ଚ ରିମାଣ୍ଡ, ଗୁଜରାଟରେ ହେବ ନାର୍କୋ ଟେଷ୍ଟ

ଭୁବନେଶ୍ବର : ଦିବଂଗତ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ଅଭିଯୁକ୍ତ ଗୋପାଳ ଦାସଙ୍କ ତୃତୀୟ ପର୍ଯ୍ୟାୟ କ୍ରାଇମବ୍ରାଞ୍ଚ ରିମାଣ୍ଡ ଆଜିଠାରୁ ଆରମ୍ଭ ହେଉଛି। ଏହି ଅବଧିରେ ଅଭିଯୁକ୍ତଙ୍କ ହେବ ପଲିଗ୍ରାଫ ଓ ନାର୍କୋ ଟେଷ୍ଟ । ନାର୍କୋ ଟେଷ୍ଟ ପାଇଁ ଗତକାଲି ଗୋପାଳକୁ ଗୁଜରାଟର ଗାନ୍ଧିନଗରକୁ ନିଆଯାଇଛି । କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ଏକ ଆଠ ଜଣିଆ ଟିମ୍ ଗୋପାଳଙ୍କ ନାର୍କୋ ଟେଷ୍ଟ ପାଇଁ ଗୁଜରାଟ ଯାଇଛି । ପୂର୍ବରୁ ଅଭିଯୁକ୍ତଙ୍କ ଏଲଭିଏ ଟେଷ୍ଟ ମଧ୍ୟ ହୋଇଛି । ଗତକାଲି ଗୋପାଳର ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡ ସରିବା ପରେ ଅଭିଯୁକ୍ତକୁ କୋର୍ଟରେ ହାଜର କରିଥିଲା କ୍ରାଇମବ୍ରାଞ୍ଚ । ଗୋପାଳ ମୁହଁରୁ ସତ ଆଦାୟ କରିବାକୁ ଆଉ ୫ଦିନ ରିମାଣ୍ଡ ସହିତ ପଲିଗ୍ରାଫ ଓ ନାର୍କୋ ଟେଷ୍ଟ କରିବାକୁ ଝାରସୁଗୁଡ଼ା ଜେଏମଏଫସି କୋର୍ଟ ଅନୁମତି ଦେଇଛନ୍ତି ।

Exit mobile version