Site icon ଆଜିକାଲି

ନବ ଦାସ ହତ୍ୟା ତଦନ୍ତ : ଝାରସୁଗୁଡ଼ା ଏୟାରପୋର୍ଟ ଥାନା ପାଇଖାନା ଟାଙ୍କିରୁ ମିଳିଲା ଗୋପାଳଙ୍କ ହାତଲେଖା ଚିଠି

ଝାରସୁଗୁଡ଼ା : ନବ ଦାସ ହତ୍ୟା ମାମଲାର ତଦନ୍ତ ଜୋରଦାର କରିଛି କ୍ରାଇମବ୍ରାଞ୍ଚ। ଝାରସୁଗୁଡାରେ ଗତକାଲି ଦିନ ତମାମ କ୍ରାଇମବ୍ରାଞ୍ଚର ଛାନଭିନ ପରେ କିଛି ସୁରାଗ ପାଇଁ ଝାରସୁଗୁଡା ବିମାନ ବନ୍ଦର ଥାନା ପାଇଖାନl ଟାଙ୍କିରେ ଖୋଳାଖୋଳି କରାଯାଇଛି । ଅଭିଯୁକ୍ତ ଏଏସଆଇ ଗୋପାଳ ଦାସଙ୍କ ଏକ ହାତ ଲେଖା ଚିଠି ସେଠାରୁ ମିଳିଥିବା କୁହାଯାଉଛି । କିଛି ଅଂଶ ଲିଭି ଯାଇଥିବାରୁ ଚିଠିକୁ ଫରେନସିକ ଲ୍ୟାବ ପଠାଯାଇଛି । ହତ୍ୟାକାଣ୍ଡ ଦିନ ଅଭିଯୁକ୍ତ ଗୋପାଳଙ୍କୁ ଏୟାରପୋର୍ଟ ଥାନାକୁ ନିଆ ଯାଇଥିଲା l

ସବୁ ପ୍ରମାଣକୁ ଉଡ଼ାଇ ଦେବା ଲାଗି ସେ ପୁଣି ଥାନା ଭିତରେ ନୂଆ ଷଡ଼ଯନ୍ତ୍ର ରଚିଥିବା କୁହାଯାଇଛି । ବିମାନ ବନ୍ଦର ଥାନାରେ ସେ ପରିସ୍ରା ଯିବା ବାହାନା କରି ବାଥ ରୁମ୍ ଯାଇଥିଲେ। ସେ ଲୁଚାଇ ରଖିଥିବା ସବୁ କାଗଜପତ୍ରକୁ ପାଇଖାନାରେ ପୁରାଇ ଫ୍ଲସ୍ ଚିପି ଦେଇଥିଲେ। ଗତକାଲି ରାତିରେ ପାଇଖାନା ଟାଙ୍କିକୁ ଖୋଳାଯାଇ ସେଠାରୁ ଗୋପାଳଙ୍କ ହାତ ଲେଖା ଚିଠି ଉଦ୍ଧାର କରିଛି କ୍ରାଇମବ୍ରାଞ୍ଚ। ଏହି ଚିଠିରୁ କିଛି ବଡ଼ ସୁରାକ ମିଳିପାରେ ବୋଲି ଅନୁମାନ କରାଯାଉଛି।

FacebookTwitterLinkedinWhatsapp
Exit mobile version