Site icon ଆଜିକାଲି

ଅପପୃଷ୍ଠିରେ ନବରଙ୍ଗପୁର ଜିଲ୍ଲା ନମ୍ବର ୱାନ୍, ଚେଉଁ ନାହିଁ ପ୍ରଶାସନ
କଦଭଟ୍ଟା ଗ୍ରାମରେ ଗୋଟିଏ ସେଣ୍ଟରରେ ଚାଲିଛି ଦୁଇଟି ଅଙ୍ଗନୱାଡ଼ି କେନ୍ଦ୍ର


ନବରଙ୍ଗପୁର, ନି ପ୍ର: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ଅନ୍ତର୍ଗତ ଭିକ୍ଷା ପଞ୍ଚାୟତର କଦଭଟ୍ଟା ଆଦିବାସୀ ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଗୋଟିଏ ଅଙ୍ଗନୱାଡ଼ି ସେଣ୍ଟରରେ ଚାଲିଛି ଦୁଇ ଗୋଟି ଅଙ୍ଗନୱାଡ଼ି କେନ୍ଦ୍ର।ନବରଙ୍ଗପୁର ଜିଲ୍ଲା ସମଗ୍ର ରାଜ୍ୟରେ ଅପପୃଷ୍ଠିରେ ନମ୍ବର ୱାନ ରହି ଚର୍ଚ୍ଚିତ ଥିବା ଥିବା ବେଳେ କଦଭଟ୍ଟା ଆଦିବାସୀରେ ଗୋଟିଏ ଅଙ୍ଗନୱାଡ଼ି କେନ୍ଦ୍ରରେ ଦୁଇ ଗୋଟି ସେଣ୍ଟର ଦୁଇ ବର୍ଷ ଧରି ଚଳାଇ ଜିଲ୍ଲାରେ ଚହଳ ସୃଷ୍ଟି କରିଛି। ଅପପୃଷ୍ଠି ରୋକିବା ପାଇଁ ସରକାରୀ ସ୍ଥରରେ ବିପୁଳ ଅନୁଦାନ ପ୍ରଦାନ ପରେ ମଧ୍ୟ ବଦଳି ପରୁନି ସ୍ଥିତି। ଦାୟିତ୍ଵ ତୁଲାଉଥିବା ଅଧିକାରୀଙ୍କ ଆନ୍ତରିକତାର ଅଭାବ ଯୋଗୁଁ ଜିଲ୍ଲାର କମଳମୋତି ଶିଶୁଙ୍କ ପାଇଁ ଉଦ୍ଧିଷ୍ଟ ଯୋଜନା ଓ ରୂପାୟନ ଯେଉଁ ତିମିରେ କି ସେଇ ଟିମିରେ ରହିଛି । ସୂଚନା ପ୍ରକାରେ ଦେଶିଆ କଦଭଟ୍ଟା ଗ୍ରାମର ଜନସଂଖ୍ୟା ହାରାହାରି ୧୭୦୦ ଥିବା ବେଳେ ଏଠାରେ ଚାଲିଛି ଦୁଇଟି କେନ୍ଦ୍ର। କଦଭାଟ୍ଟା( ୮ )ଏକ , କଦଭଟ୍ଟା( ୯ )ଦୁଇ । ଦୁଇ ଗୋଟି ସେଣ୍ଟର୍ରେ ତିନି ରୁ ଛଅ ବର୍ଷର ଶିଶୁଙ୍କ ସଂଖ୍ୟା ମୋଟା ମୋଟି ୮୦ ରହିଥିବା ବେଳେ ସେଥିରୁ ଅପପୃଷ୍ଠିର ଶିକାର ହୋଇ ରେଡ୍ ଜୋନ୍ ତାଲିକାରେ ଦୁଇଟି ସେଣ୍ଟରରୁ ରହିଛନ୍ତି ଦୁଇ ଶିଶୁ। କଦଭଟ୍ଟା ସେଣ୍ଟର୍ ଦୁଇ ର ବହୁ ବର୍ଷ ପୂର୍ବେ କୋଠା ପୁରାତନ ହୋଇ ଯାଇଥିବା କାରଣରୁ ୨୦୧୭ ମସିହାରେ ବିଦ୍ୟାଳୟ ପରିସର ମଧ୍ୟରେ ନୂତନ ଭାବେ ନିର୍ମାଣ ହୋଇଥିଲା ଅଙ୍ଗନୱାଡ଼ି କେନ୍ଦ୍ର । ନିମ୍ନ ମାନର ନିର୍ମାଣ କାର୍ଯ୍ୟ ଯୋଗୁଁ ପ୍ରାୟ ଦୁଇ ବର୍ଷ ମଧ୍ୟରେ ନୂତନ ଭାବେ ନିର୍ମାଣ ହୋଇଥିବା କୋଠାରୁ ପାଣି ଝରିବା ଯୋଗୁଁ ଶିଶୁଙ୍କୁ ପ୍ରତି ବିପଦ ପୂର୍ଣ୍ଣ କୋଠା ଯୋଗୁଁ ଦିଦି ନିଜ ସେଣ୍ଟର୍ ଅନ୍ୟତ୍ର ନେଇ ଅଙ୍ଗନୱାଡ଼ି କେନ୍ଦ୍ର( ୮ ) ଏକ କୁ ସ୍ଥାନାନ୍ତର କରି ଦୁଇ ବର୍ଷ ଓ ଅଦ୍ୟାବଧି ସେଠାରେ ଚଳାଇ ଆସୁଛନ୍ତି। ରାଜ୍ୟ ଓ କେନ୍ଦ୍ର ସରକାର ଶିଶୁ ମୃତ୍ୟୁ ହାର, ମା ମୃତ୍ୟୁହାର କୁ ମୁକାବିଲା କରିବା ପାଇଁ କୋଟି କୋଟି ଟଙ୍କା ବ୍ୟୟ କରିଚାଲିଛନ୍ତି କିନ୍ତୁ ଝରିଗାଁ ବ୍ଲକରେ ତାହାର ଭ୍ରୁକ୍ଷେପ ନକରି ସରକାରୀ ଅର୍ଥକୁ ବାଟ ବଣା କରି କମଳମୋତି ଶିଶୁଙ୍କ ପାଇଁ ଯୋଗାଇ ଦେବାକୁ ସମସ୍ତ ସରକାରୀ ସୁବିଧା ଅଣଦେଖା କରି କେନ୍ଦ୍ର ଚଳାଇବା ପାଇଁ ଅକ୍ଷମ ପ୍ରକାଶ କରି ଚାଲିଛନ୍ତି ଝରିଗାଁ ବ୍ଲକ୍ ପ୍ରଶାସନ।ଗୁରୁତ୍ଵ ପୂର୍ଣ୍ଣ ପ୍ରସଙ୍ଗ ହେଉଛି ଅଙ୍ଗନୱାଡ଼ି କେନ୍ଦ୍ର କଦଭଟ୍ଟା ଏକ ରେ ଆବଶ୍ୟକୀୟ ପରିମାଣରେ କୋଠା , ଓ ରନ୍ଧା ଶାଳ, ଉପକରଣ ଅଭାବ ପରିଲକ୍ଷିତ ହେଉଥିବା ବେଳେ ଦୁଇ ଗୋଟି ସେଣ୍ଟରର ପିଲାଙ୍କୁ ଗୋଟିଏ ଗୃହରେ ବସିବା ଉଠିବା ଖାଇବା ପାଇଁ ଦୁଇ ବର୍ଷ ଧରି ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥି ପ୍ରତି ଦୃଷ୍ଟି ପଡୁ ନାହିଁ କୌଣସି ବିଭାଗୀୟ ଅଧିକାରୀଙ୍କ। ଚାରି ମାସ ଧରି ଗ୍ରାମର ଏକ ପଡିଆରେ ହେବାକୁ ଥିବା ନୂତନ ଅଙ୍ଗନୱାଡି କେନ୍ଦ୍ର ପାଇଁ ଇଟା, ବାଲି ପଥର ପଡ଼ି ରହିଥିଲେ ହେଁ ଆରମ୍ଭ ହୋଇ ପାରୁନି ନିର୍ମାଣ କାର୍ଯ୍ୟ। ସତୁରୀ ଭାଗ ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ଗ୍ରାମ କଦଭଟ୍ଟା ଗ୍ରାମ ରେ ତୁରନ୍ତ ନୂତନ ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ କରିବା ପାଇଁ ଦାବି କରିଛନ୍ତି ଗ୍ରାମର ଡମଣା ଭତ୍ରା, କିଶୋର କୁମାର ବେନ୍ୟା, ଅର୍ଜୁନ ହରିଜନ, ସନପତ୍ ଖମାର, କୁମ ଭତ୍ରା।

Exit mobile version