Site icon ଆଜିକାଲି

ନବରଙ୍ଗପୁର ପୋଲିସକୁ ମିଳିଛି ବଡ଼ ସଫଳତା ଦୁଇ ମାଓବାଦୀ ଗିରଫ

ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ହାତୀବେଡା ଜଙ୍ଗଲ ମଧ୍ୟରେ ୧୦ ରୁ ୧୫ ଜଣ ମେନପୁର ନୂଆଁପଡ଼ା ଡିଭିଜନର ହାର୍ଡ କୋର୍ ମାଓବାଦୀ ସୁନିଲଙ୍କ ନେତୃତ୍ୱରେ ମାଓବାଦୀଙ୍କ ଗତିବିଧି ଚାଲିଥିବା ନବରଙ୍ଗପୁର ଆଣ୍ଟି ନକ୍ସଲ ସ୍କ୍ୱାର୍ଡକୁ ମିଳିଥିଲା ଗୁପ୍ତ ସୂଚନା। ଖବର ପାଇ ତତ୍ପରତା ପ୍ରକାଶ କରି ନବରଙ୍ଗପୁରର ଏକ ଟିମ୍ ଅଭିଯାନ ପାଇଁ ରାଇଘର ବ୍ଲକ ହାତୀବେଡ଼ା ଜଙ୍ଗଲ ମୂଖେ ବାହାରିପଡିଥିଲା । ହାତୀବେଡ଼ା ଜଙ୍ଗଲ ମଧ୍ୟରେ ଖୋଜାଖୋଜି ପରେ ମାଓବାଦୀଙ୍କ ନିକଟତର ହୋଇଯିବା ସମୟରେ ପୋଲିସ୍ ଫୋର୍ସଙ୍କ ସୂଚନା ପାଇ ମାଓବାଦୀ ମାନେ ସେଠାରୁ ମାଓବାଦୀ ଜିନ୍ଦାବାଦ,ଲାଲ ସଲାମ ଜିନ୍ଦାବାଦ ଆଦି ସ୍ଲୋଗାନ ମାନ୍ ଦେ଼ଇ ପାହାଡ ଅଞ୍ଚଳ ଦେଇ ଖସି ପଳାଇଯିବାକୁ ସକ୍ଷମ ହୋଇଥିଲେ । ଡିଭିପି ଟିମ୍ ବହୁ ଖୋଜା ଖୋଜି କରିବା ପରେ ସେଠାରୁ ଦୁଇ ମାଓବାଦୀଙ୍କୁ ଗିରଫ କରିଥିଲେ। ଉକ୍ତ ସ୍ଥାନରୁ ଡେଟୋନେଟୋର, ମାଓ ସାହିତ୍ୟ,ଚପଲ ଜବତ କରାଯାଇଥିଲା। ଯାଞ୍ଚ ପରେ ଛତିଶଗଡ଼ ରାଜ୍ୟର ଦୁଇ ମାଓବାଦୀ ହେମଲାଲ ନାଗେଶ (୩୦) ଏବଂ ପ୍ରକାଶ ମାର୍କମ (୨୦) ଉଦାନ୍ତି ଜଙ୍ଗଲର ସଶସ୍ତ୍ର ମାଓବାଦୀ ମେଇନପୁର ନୂଆପଡ଼ା ଡିଭିଜନରଙ୍କୁ ଚିହ୍ନଟ କରାଗଲା । ନିକଟରେ ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ଅନ୍ତର୍ଗତ ହାତୀଗାଁ ଏବଂ ନାକଟିସେମଡ଼ା ଦୁଇ ନୀରିହ ଲୋକଙ୍କ ହତ୍ୟା ଓ ବିଭିନ୍ନ ମାମଲାରେ ଜଡିତ ଥିବା ଦୁଇ ମାଓବାଦୀ ସ୍ବୀକାର କରିଛନ୍ତି। ପୁଣି ଉଦାନ୍ତି ଜଙ୍ଗଲର ମାଓବାଦୀ ଶିବିରରେ ରହି ସୁନିଲ (ଏସିଏମ)ଙ୍କ ନେତୃତ୍ବରେ ବିଭିନ୍ନ ମାମଲାରେ ଜଡିତ ଥିବା ସ୍ବୀକାର କରିଛନ୍ତି ଦୁଇ ମାଓବାଦୀ। ରାଇଘର ବ୍ଲକ ଅନ୍ତର୍ଗତ ହାତୀଗାଁ ଜଙ୍ଗଲ ଓ କମକାଦର୍ଗୀ ଜଙ୍ଗଲ ମଧ୍ୟରେ ମେଇନପୁର୍ ନୂଆଁପଡ଼ା ଡିଭିଜନ ଅଂଚଳର ମାଓ ବ୍ୟାନର ଲଗାଇବା ପୋଷ୍ଟରିଂ କରିବାରେ ଜଡିତ ଥିବା ସ୍ବୀକାର କରିଛନ୍ତି ଦୁଇ ମାଓବାଦୀ। ସେମାନଙ୍କ ନାମରେ ରାଇଘର ଥାନା କେଶ ନମ୍ବର -୭୦ ତା – ୩୦.୪.୨୩ ପ୍ରକାରେ ଦଫା – ୧୨୧/୧୨୩/୧୨୦(ବି) ଆଇପିସି/୧୭ ସିଆରଏଲ ଏଲ୍ ଏ ଆକ୍ଟ/୧୮/୨୦ ୟୁପିଏ ଆକ୍ଟ ଅନୁଯାଇ ମାମଲା ରୁଜୁ କରାଯାଇଛି। ମେଇନପୂର ନୂଆଁପଡ଼ା ଡିଭିଜନରେ କୁରୁମପୁର ଠାରୁ ହାତୀଗାଁ ରାସ୍ତା ପର୍ଯ୍ୟନ୍ତ ମାଓ ବ୍ୟାନର,ପୋଷ୍ଟର ଲଗାଇବାରେ ଜଡିତ ଥିଲେ। ହାତୀଗାଁ ସାଧାରଣ ଜନତାଙ୍କ ହଟ୍ୟା ପାଇଁ ରାଇଘର୍ ଥାନା କେଶ ନମ୍ବର -୬୩ ତା ୧୭.୪.୨୩ ପ୍ରଜରେ ଦଫା ୧୨୧/୧୨୩/୧୨୦(ବି) ଆଇପିସି ୧୭ ସିଆରଏଲ ଏଲ ଏ ଆକ୍ଟ/୧୮/୨୦ ୟୁପିଏ ଆକ୍ଟ/୨୫/୨୭ ଆର୍ମସ ଆକ୍ଟ ଅନୁଯାଇ ମାମଲା ରୁଜୁ ହୋଇଛି। ରାଇଘର ବ୍ଲକ ଅନ୍ତର୍ଗତ ନାକଟିସେମ୍ଦା ପଂଚାୟତ ଲକ୍ଷ୍ମୀପୁର ଗ୍ରାମରେ ସାଧାରଣ ଜନତାଙ୍କୁ ହତ୍ୟା ପାଇଁ ରାଇଘର ଥାନା କେଶ ନମ୍ବର -୪୮,ତା ୧୮.୩.୨୩ ପ୍ରକାରେ ଦଫା- ୧୨୧/୧୨୩/୧୨୦(ବି)/୫୦୬/୩୦୨/୩୪ ଆଈପିସି/୧୭ ସିଆରଏଲ ଏଲ ଏ ଆକ୍ଟ୍/୧୮/୨୦/ ୟୁପିଏ ଆକ୍ଟ/୨୫/୨୭ ଆର୍ମସ ଆକ୍ଟ ଅନୁଯାଇ ମାମଲା ରୁଜୁ କରାଯାଇଛି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଦ୍ୱାରା ପ୍ରକାଶ ପାଇଛି।

Exit mobile version