Site icon ଆଜିକାଲି

ଟମାଟୋ ମାରିଲା ଡବଲ ସେଞ୍ଚୁରି

ନବରଙ୍ଗପୁର, (ସରୋଜ କୁମାର ବେହେରା)ଖାଉଟି ମାନଙ୍କ ଚିନ୍ତା ବଢ଼ାଇବାରେ ଲାଗିଛି ଟମାଟୋ। ଘାଣ୍ଟ ହେଉ ଅବା ମାଛ ବେସର ହେଉ ଯେ କୌଣସି ତରକାରୀରେ ଟମାଟୋ ନ ଥିଲେ ପାଟିକୁ ଅରୁଚିକର। ଅନ୍ୟପଟେ ଟମାଟୋ ଆଣିବାକୁ ପ୍ରତ୍ୟେକ ଗୃହିଣୀଙ୍କ ତାଗିଦ୍ ରହୁଥିବା ସମୟରେ ପକେଟ୍ ଚିନ୍ତା ଘାରୁଚି ମୁରବିଙ୍କୁ। ହୁତୁ ହୂତୁ ହୋଇ ଟମାଟୋ ଦର ବୃଦ୍ଧି ହୋଇ ନବରଙ୍ଗପୁର ବଜାରର ଚଢ଼ା ଦରର ପରିବା ପ୍ରଥମ ସ୍ଥାନ ଅଧିକାର କରିଛି।୨୫ରୁ ୩୦ ଟଙ୍କାରେ ମିଳୁଥିବା ଟମାଟୋ ଏବେ ୨୦୦ରୁ ଅଧିକ ଟଙ୍କାରେ ବିକ୍ରି ହେଉଛି । ଦର ବୃଦ୍ଧି ପରେ ଏବେ ଗ୍ରାହକ କିଣିବାକୁ ପଛଘୁଂଚା ଦେଉଥିବା ବେଳେ ନନେଲେ ବି ଚଳିବନି ଚିନ୍ତା କରି ଅଳ୍ପ କିଣୁଛନ୍ତି । ଅଚାନକ ଟମାଟୋ ଦର ବୃଦ୍ଧି ସାଧାରଣ ଲୋକଙ୍କ ପକେଟକୁ ପ୍ରଭାବିତ କରିଛି ।ଟମାଟୋ ଦର ବୃଦ୍ଧି କେବଳ ଖାଉଟିଙ୍କ ଉପରେ ପଡିଛି ତାହା ନୁହେଁ । ବ୍ୟବସାୟୀଙ୍କୁ ବି ପ୍ରଭାବିତ କରିଛି । ଆଗରୁ ଯେତିକି ବିକ୍ରି ହେଉଥିଲା, ସେମିତି ଆଉ ବିକ୍ରି ହେଉନଥିବା କହିଛନ୍ତି ବ୍ୟବସାୟୀ । ଟମାଟୋ ୨୫ ହେଉ କି ୩୦ ଅବା ୨୦୦ ଏହା କୌଣସି ଉତ୍ପାଦନକାରୀ କୃଷକ ଲାଭବାନ ହେବାର ନଜର ନାହିଁ ମଧ୍ୟସ୍ଥି ଆସାଧୁ ବ୍ୟବସାୟୀ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆଣି ଦେଇଛି ବୋଲି ଯୁବ ଓକିଲ ଶ୍ରୀନିବାସ ପାତ୍ର କହିଛନ୍ତି।

Exit mobile version