ନବରଙ୍ଗପୁର, ନି ପ୍ର: ମଣିପୁର ଘଟଣା ସାରା ଦେଶକୁ ସ୍ତବ୍ଧ କରିଛି।ଆଜି ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ଖ୍ରୀଷ୍ଟିଆନ ସମ୍ପ୍ରଦାୟ ପକ୍ଷରୁ ଏକତ୍ର ହୋଇ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା କରିଛନ୍ତି । ଏହି ଶୋଭାଯାତ୍ରାରେ ଶତାଧିକ ମହିଳା ଓ ପୁରୁଷ ଯୋଗ ଦେଇ ନାରୀ ମାନଙ୍କୁ ରକ୍ଷା କରନ୍ତୁ ,ମଣିପୁରର ମାନବିକତା ବଞ୍ଚାନ୍ତୁ, ମଣିପୁର ଶାନ୍ତି ପାଇଁ ପ୍ରାର୍ଥନା କରନ୍ତୁ ଏହି ସ୍ଲୋଗାନ ଦେଇ ଜେଇଏଲ ଚର୍ଚ୍ଚ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କୁ ଯାଇଥିଲେ ।ନାରୀମାନଙ୍କ ସୁରକ୍ଷା ଦେବା ,ଯେଉଁ ମହିଳା ମାନଙ୍କୁ ନିର୍ଯ୍ୟାତନା ଦିଆଯାଇଛି ସେମାନଙ୍କୁ ନ୍ୟାୟ ପ୍ରଦାନ କରାଯାଉ ଓ ନିର୍ଯ୍ୟାତନା ଦେଇଥିବା ଲୋକଙ୍କୁ କୋଠର ଭାବେ କାର୍ଯ୍ୟାନୁଷ୍ଠାନ ନେବାକୁ ଆଜିର ଶୋଭାଯାତ୍ରାରେ ଦାବି କରାଯାଇଛି ।ମଣିପୁର ଠାରେ ଶାନ୍ତି ଆଣିବାକୁ ସମସ୍ତ ଜନ ସାଧରଣଙ୍କୁ ପ୍ରାର୍ଥନା କରିବାକୁ ଅନୁରୋଧ କରାଯାଇଛି । ଦେଶର ରାଷ୍ଟ୍ରପତି ଙ୍କୁ ନବରଙ୍ଗପୁର ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା ।ଜିଲ୍ଲାପାଳ ଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା।