Site icon ଆଜିକାଲି

୨୦୦୩ ମସିହାରୁ ଆରମ୍ଭ ହୋଇଥିବା ଶ୍ରେଣୀ ଗୃହ ଏଯାଏଁ ସରି ପରୁନାହଁ

ନବରଙ୍ଗପୁର, (ସରୋଜ କୁମାର ବେହେରା)ରାଜ୍ଯ ସରକାର ଓ କେନ୍ଦ୍ର ସରକାର ଶିକ୍ଷାର ସୁଦୂର ପ୍ରସାର ଓ ଉନ୍ନତି କରଣ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରି ଚାଲିଛନ୍ତି। ଶିକ୍ଷା କ୍ଷେତ୍ରରେ ବେଶ୍ ପଛରେ ଥିବା ଜିଲ୍ଲା ଭାବେ ନବରଙ୍ଗପୁର ଜିଲ୍ଲା ପରିଗଣିତ। ବିଦ୍ୟାଳୟର ଉନ୍ନତିକରଣ ତଥା ବିଦ୍ୟାଳୟର ଶ୍ରେଣୀ ଗୃହ ଅଭାବକୁ ପୂରଣ କରିବା ପାଇଁ ଆବଶ୍ୟକୀୟ ଅର୍ଥ ଯୋଗାଇ ଦିଆଯାଉଛି କିନ୍ତୁ ଏହାର ସୁଫଳ ମିଳି ପାରି ନାହିଁ ନବରଙ୍ଗପୁର ଜିଲ୍ଲାରେ। ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ ଅନ୍ତର୍ଗତ ଜମାଦାରପଡ଼ା ଗ୍ରାମ ପଞ୍ଚାୟତ ଅଧୀନ ଲାଙ୍ଗପଡ଼ା ଗ୍ରାମର ନୋଡାଲ ସରକାରୀ ବିଦ୍ୟାଳୟରେ ବିଦ୍ୟାଳୟକୁ ଲାଗି ନୂତନ ଭାବେ ଏକ ଲକ୍ଷ ପଚାଶ ହଜାର ଟଙ୍କା ବ୍ୟୟରେ ୨୦୦୩ ମସିହାରୁ ଆରମ୍ଭ କରଯାଇଥିଲା ନୂତନ ଶ୍ରେଣୀଗୃହ ।କିନ୍ତୁ ୨୦୦୩ ମସିହାରୁ ଆରମ୍ଭ ହୋଇଥିବା ଶ୍ରେଣୀ ଗୃହ ଅଦ୍ୟାବଧି ଶେଷ ନ ହୋଇ ଭୂତ କୋଠୀ ହୋଇ ଧ୍ଵଂସ ହେବାକୁ ବସିଲାଣି। ସୂଚନା ପ୍ରକାରେ ଏକ ଲକ୍ଷ ଦଶ ହଜାର ଟଙ୍କା ବ୍ୟୟ କରି ଅର୍ଦ୍ଧ ନିର୍ମିତ ଶ୍ରେଣୀ ଗୃହ ଶେଷ ହେବା ମଧ୍ୟରେ ଦାୟୀତ୍ବ ନେଇ ନିର୍ମାଣ କରୁଥିବା ପ୍ରଧାନଶିକ୍ଷକ କୈଳାଶ ଖମରୀଙ୍କ ଦେହାନ୍ତ ଘଟିବା ପରେ ପରବର୍ତ୍ତୀ ଦାୟୀତ୍ବ ଗ୍ରହଣ କରିବା ଶିକ୍ଷକ ଓ ବିଭାଗୀୟ ଅଧିକାରୀ ଏହାକୁ ଉପଯୁକ୍ତ ପଦକ୍ଷେପ ଗ୍ରହଣ ନ କରିବା ଯୋଗୁଁ ତାହା ଆଜି ସମ୍ପୂର୍ଣ୍ଣ ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ଏହାକୁ ବର୍ତମାନ ସମ୍ପୂର୍ଣ୍ଣ କରିବା ପରିବର୍ତ୍ତେ ବିପଦ ସଙ୍କୁଳ ଦର୍ଶାଇ ଏହାକୁ ଭାଙ୍ଗିବାକୁ ବିଦ୍ୟାଳୟ କର୍ତ୍ତୃପକ୍ଷ ତଥା ବିଭାଗୀୟ ଅଧିକାରୀ ମାନେ ତତ୍ପରତା ଦେଖାଇ ଅର୍ଦ୍ଧ ନିର୍ମିତ ଶ୍ରେଣୀ ଗୃହକୁ ଭାଙ୍ଗିବାକୁ ପ୍ରସ୍ତାବ ଦେଇଛନ୍ତି। ପ୍ରଶ୍ନ ଉଠୁଛି ସରକାରଙ୍କ ଦ୍ଵାରା ପ୍ରଦାନ କରାଯାଉଥିବା ଅନୁଦାନ ବିଦ୍ୟାଳୟର ଉନ୍ନତିକରଣ ପାଇଁ ଅର୍ଥ ଯୋଗାଇ ଦେବା ସତ୍ତ୍ୱେ ତାହାକୁ ସମ୍ପୂର୍ଣ୍ଣ ନ କରି ଅର୍ଦ୍ଧ ନିର୍ମିତ ଶ୍ରେଣୀ ଗୃହକୁ ଧ୍ଵଂସ ହେବା ପାଇଁ ଛାଡ଼ି ଦେଇ ବିପଦ ସଙ୍କୁଳ ପରିସ୍ଥିତି ସୃଷ୍ଟି କରିବା ସହ ସରକାରୀ ଅର୍ଥକୁ ଅପବୟ କରି ଚାଲିଛନ୍ତି ତାହା ତଦନ୍ତ ସାପେକ୍ଷ। ଦାୟୀତ୍ବ ହୀନତା ଯୋଗୁଁ ସରକାରୀ ଅର୍ଥ ଅପବ୍ୟୟ କରୁଥିବା ଶିକ୍ଷକ ଓ ଅଧିକାରୀ ଙ୍କ ବିରୋଧରେ ଉପଯୁକ୍ତ ପଦକ୍ଷେପ ନେବାକୁ ଜନ ସାଧାରଣଙ୍କ ଦାବି ଉଠୁଛି।

Exit mobile version