Site icon ଆଜିକାଲି

ଜୟଦେବଙ୍କ ଜନଜାତି ସମାବେଶକୁ ନେଇ ଜିଲ୍ଲା ରାଜନୀତି ସରଗରମ

ନବରଙ୍ଗପୁର, (ସରୋଜ କୁମାର ବେହେରା) ନବରଙ୍ଗପୁର ଜିଲ୍ଲା ତଥା ଅବିଭକ୍ତ କୋରାପୁଟ ଜିଲ୍ଲାର ଜଣେ ଟାଣୁଆ ନେତା ଭାବେ ଜୟଦେବ ପରିଡା ଏକ ଜଣା ଶୁଣା ଚେହେରା। ଦିନେ ବିଜୁ ଜନତା ଦଳ ର ବିଭିନ୍ନ ଦାୟୀତ୍ୱ ସୁଚାରୁ ରୁପେ ତୁଲାଇଥିବା ବେଳେ ଆଜି ବି ଅବିଭକ୍ତ କୋରାପୁଟ ଜିଲ୍ଲାର ଜଣେ ଦକ୍ଷ ସଂଗଠକ ଓ ଟାଣୁଆ ନେତା ଭାବେ ଖ୍ୟାତି ରହିଛି ଶ୍ରୀ ପରିଡାଙ୍କ। ହଠାତ ଏଭଳି ସକ୍ରିୟ ରାଜନେତା ରାଜନୀତିରୁ ବିରତି ରହି ବହୁ ବର୍ଷ ପରେ ନବରଙ୍ଗପୁର ଜିଲ୍ଲାର ଝରିଗାଁ ବ୍ଲକ୍ ରେ ବିଶାଳ ଜନଜାତି ସମାବେଶରେ ଯୋଗ ଦେବାକୁ ନେଇ ଜିଲ୍ଲା ରାଜନୀତି କୁ ଚର୍ଚ୍ଚା ପରିସରକୁ ଆସିଛନ୍ତି ଜୟଦେବ ପରିଡା। ଆଜି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ଅନ୍ତର୍ଗତ ଭେଲୁଆଗୁଡ଼lରେ ଜନଜାତି ମଞ୍ଚ ତରଫରୁ ସଭାପତି ପର୍ଶୁ ଭତ୍ରlଙ୍କ ସଭାପତିତ୍ଵରେ ଏକ ସ୍ବାସ୍ଥ୍ୟ ସଚେତନତା ସମାବେଶ ଅନୁଷ୍ଠିତ ହୋଇଥିଲା । ଏହି ସମାବେଶରେ ଅବିଭକ୍ତ କୋରାପୁଟ ଜିଲ୍ଲାର ସଂଗ୍ରାମୀ ନେତା ଜୟଦେବ ପରିଡା ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲେ । ଶ୍ରୀ ପରିଡ଼ାଙ୍କୁ ଜନଜାତି ମଞ୍ଚ ତରଫରୁ ଭବ୍ୟ ସ୍ଵାଗତ କରାଯାଇ ଥିଲା । ପ୍ରଥମେ ମୁଖ୍ୟ ଅତିଥି ଜୟଦେବ ପରିଡ଼ା ମଞ୍ଚ ତରଫରୁ ମହମ୍ମଦଙ୍କ ନାତି ଇମାମ ହୁସେନଙ୍କ ବଳିଦାନ ସ୍ମୁତିରେ ଆୟୋଜିତ ରକ୍ତ ଦାନ ଶିବିରକୁ ଉଦଘାଟନ କରିଥିଲେ ।ଏହି ଶିବିରରେ ମୋଟ ୫୨ ୟୁନିଟ ରକ୍ତ ସଂଗ୍ରହ କରାଯାଇ ଥିଲା ।ଏହି ଅବସରରେ ଜନଜାତି ମଞ୍ଚର ମୁଖ୍ୟ ଉପଦେଷ୍ଟl କlଜମ ମଦନି, ପବିତ୍ର ଗରଡl , ଶ୍ରୀନିବାସ ପଟ୍ଟନାୟକ,ବିକ୍ରମ ସିଂ, ପର୍ଶୁ ଭତ୍ରା, ଉପସ୍ଥିତ ଥିଲେ । ଅତିଥି ମାନଙ୍କୁ ବିରାଟ ଶୋଭା ଯାତ୍ରାରେ ମଞ୍ଚ ନିକଟକୁ ପlଛୋଟି ନିଆ ଯାଇଥିଲା ବହୂ ବର୍ଷ ଅନ୍ତରାଳେ ବିଶାଳ ଜନସମାଗମ ରେ ଯୋଗ ଦେଇଥିବା ଶ୍ରୀ ଜୟଦେବ ପରିଡାଙ୍କୁ ଶୁଣିବାକୁ ବହୁ ସଂଖ୍ୟାରେ ଜନ ସାଧାରଣ ଉପସ୍ଥିତ ଥିଲେ । ଜୟଦେବ ପରିଡା ଜନଜାତି ମାନେ ଆଜିବି ବିକାଶରୁ ବୋହୂ ଦୁରରେ ଥିବା କହି କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ କୋଟି କୋଟି ଟଙ୍କାର ଯୋଜନା କୁଆଡେ ଯାଉଛି ବୋଲି ପ୍ରଶ୍ନ କରିଥଲେ। ମୂଖ୍ୟ ବକ୍ତା ଭାବେ ଯୋଗ ଦେଇ କlଜମ ମଦlନି ଜୟଦେବ ପରିଡାଙ୍କ ଅବିଭକ୍ତ କୋରାପୁଟ ଜିଲ୍ଲା ପାଇଁ ଯେଉଁ ଅବଦାନ ରହିଛି ତାହା କେହି ଭୁଲିବେ ନାହିଁ ବୋଲି କହିବା ସହିତ ଅବିଳମ୍ବେ ଉମରକୋଟରେ ବ୍ଲଡ଼ ବ୍ୟାଙ୍କ ନ ହେଲେ ଜନଜାତି ମଞ୍ଚ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିକ୍ରମ ସିଂହ, ତୁଲାରାମ ଭତ୍ରା, ଇନ୍ଦ୍ର ଭତ୍ରା, ଦଳାଇ ଭତ୍ରା, ହିରନ୍ୟ ଡଙ୍ଗ୍ରି, ଉର୍ଦ୍ଧବ କଚିନ, ଦିବାକର ବାଘ, ହେମନ୍ତ ସୁନା, ସୁବାଷ ବାଘ, ରାମ ଚନ୍ଦ୍ର ଗୋରୋଡା, ଧନୀରମ ଗୋଣ୍ଡ, ସେଖର ପୂଜାରୀ, ସୋନା ମାଝୀ, ହେମନ୍ତ ସୁନା ପ୍ରମୁଖ ଯୋଗ ଦେଇଥିଲେ। ହେଲେ ଆଜିର ଜନଜାତି ସମାବେଶରେ ଜୟଦେବ ପରିଡା ଙ୍କ ଯୋଗଦାନ ନବରଙ୍ଗପୁର ଜିଲ୍ଲା ରାଜନୀତି ସମୀକରଣ ବଦଳିବା ନେ଼ଇ ଚର୍ଚ୍ଚା ଜୋର ଧରିଛି।

Exit mobile version