Site icon ଆଜିକାଲି

ଶ୍ରମିକଙ୍କ ମୃତ୍ୟୁ କାଳୀନ କ୍ଷତିପୂରଣ ଆର୍ଥ ଖଇଗଲେ ଦଲାଲ, ହିତାଧିକାରୀ ଜଳକା

ନବରଙ୍ଗପୁର, ନି ପ୍ର: ସରକାରଙ୍କ ଯୋଜନା ଗୁଡିକ ହିତାଧିକାରୀଙ୍କ ପାଇଁ ହୋଇଥିବା ବେଳେ ନବରଙ୍ଗପୁର ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଓ ସରଳତା , ନିରିକ୍ଷରାତାର ସୁଯୋଗ ନେଇ ଜିଲ୍ଲାରେ ମାତିଛନ୍ତି ଠକ ଓ ଦଲାଲ। ଏଥିରେ ଶିକାର ହୋଇ ଚାଲିଛନ୍ତି ଜିଲ୍ଲାର ସରଳ ଆଦିବାସି ସଂପ୍ରଦାୟର ଲୋକମାନେ । ଜିଲ୍ଲା ଶ୍ରମକାର୍ଯ୍ୟାଳୟ ଆଗରେ ନିତି ଠକ ଦଲାଲ ଙ୍କ ଆଡ୍ଡା ପାଲଟିଥିବା ବେଳେ ନିଜ କଳା ସାମ୍ରାଜ୍ୟ ବିସ୍ତାର କରି ଚାଲିଛନ୍ତି ବହୁ ଠକ ଦଲାଲ। ଦଲାଲ ମାନେ ପ୍ରତିଦିନ ଶ୍ରମ କାର୍ଯ୍ୟଳୟ କୁ ଆସି ବସି ନିରୀହ ଲୋକଙ୍କ ସହ ସମ୍ପର୍କ ରେ ଆସି ଶ୍ରମ କାର୍ଡ, ଶ୍ରମିକ ମୃତ୍ୟୁ କାଳୀନ କ୍ଷତିପୂରଣ, ଶ୍ରମ କାର୍ଡରେ ଆସୁଥିବା ବିଦ୍ୟାର୍ଥି ଙ୍କ ପାଇଁ ବୃତ୍ତି ଟଙ୍କା, ଶ୍ରମିକଙ୍କ ପୁଅ ଝିଅ ବିବାହ ପାଇଁ ଆସୁଥିବା ବିଭିନ୍ନ ଆର୍ଥିକ ଅନୁଦାନ ସହାୟତା ପାଇଁ ଆବେଦନ ପତ୍ର ଗୁଡ଼ିକ ବଢାଇ ଦେଇ ମିଳୁଥିବା ଅନୁଦାନ ଅର୍ଥ କୁ ହିତାଧିକାରୀ ଙ୍କୁ ଅଳ୍ପ କିଛି ଟଙ୍କା ଦେଇ ବାଳକ ଟଙ୍କା ଠାକ୍ ଦଲାଲ ଓ ଅଫିସ ରେ ବାବୁଙ୍କୁ ତାଙ୍କ ଖର୍ଚ୍ଚ ଦେବାକୁ ପଡ଼ିବ କହି ଲକ୍ଷାଧିକ ଟଙ୍କା ନେଇ ଯିବା ଘଟଣା ନୀତି ଘଟୁଛି। ଏପରି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ନବରଙ୍ଗପୁର ବ୍ଲକ୍ ଅନ୍ତର୍ଗତ ଚଟାହାଣ୍ଡି ପଞ୍ଚାୟତରେ ଥିବା ଟିକିରାଗୁଡ଼ା ଗ୍ରାମରେ। ବଳରାମ ଗୌଡ ପି: ଦେବ ଗୌଡ ଗତ ଦଶ ମାସ ପୂର୍ବେ ରୋଗାକ୍ରାନ୍ତ ହେବା ପରେ ମୃତ୍ୟୁ ବରଣ କରିଥିଲେ। ତାଙ୍କର ଶ୍ରମିକ ମୃତ୍ୟୁ କାଳୀନ କ୍ଷତିପୂରଣ ବାବଦକୁ ସମସ୍ତ ସରକାରୀ ସ୍ତରରେ ବଳରାମ ଗୌଡଙ୍କ ବିଧବା ପତ୍ନୀ ସତାଇ ଗୌଡଙ୍କୁ ନେଇ କାଗଜ ପତ୍ର ଗୁଡ଼ିକ ଜିଲ୍ଲା ଶ୍ରମ ଅଧିକାରୀ କାର୍ଯ୍ୟଳୟ ରେ ଆବେଦନ କରି ତାଙ୍କର ଶ୍ରମିକ ମୃତ କ୍ଷତିପୂରଣ ବାବଦକୁ ମିଳିଥିବା ଦୁଇ ଲକ୍ଷ ପାଞ୍ଚ ହଜାର ଟଙ୍କାକୁ ସାତାଇ ଗୌଡଙ୍କ ବ୍ୟାଙ୍କ ଖାତାରେ ଜମା ହେବା ପରେ ତାହାକୁ ଉଠାଣ ଚାରି ଦିନ ଧରି ୪୯ ୦୦୦୦ ଟଙ୍କା ଥରକୁ ଚାରି ଦିନ ଉଠାଇ ସର୍ଵ ମୋଟ ୮୫୦୦୦ଟଙ୍କା ଦେଇ ବାକି ତକ ଟଙ୍କା ଦଲାଲଙ୍କ ଦ୍ବାରା ହୋଇଥିବା ଖର୍ଚ୍ଚ ଓ ସରକାରୀ ବାବୁଙ୍କ ଭାଗ ଟଙ୍କା କହି ଏକ ଲକ୍ଷ ପନ୍ଦର ହଜାର ଟଙ୍କା ନେଇ ଛୁ କରିଛନ୍ତି ଦଲାଲ। ଏନେଇ ବିଧବା ମହିଳା ତାଙ୍କର ବଳକା ଥିବା ଟଙ୍କା ଫେରି ପାଇବାକୁ ସରକାରୀ ସ୍ତରରେ ଅଧିକାରୀଙ୍କୁ ଗୁହାରି ଜଣାଇଛନ୍ତି।

Exit mobile version