Site icon ଆଜିକାଲି

ଟାୱାର ଓ ନେଟୱର୍କର ଦୋ ଛକିରେ ଅଟକି ପଡ଼ିଛି ସାନବାର୍ଲି ଗ୍ରାମ ପଞ୍ଚାୟତର ବିକାଶ

ନବରଙ୍ଗପୁର, (ସରୋଜ କୁମାର ବେହେରା)ନବରଙ୍ଗପୁର ଜିଲ୍ଲା କେନ୍ଦ୍ରର ଅଳ୍ପ କିମି ଦୂରରେ ରହିଛି ପାପଡ଼ାହାଣ୍ଡି ବ୍ଲକ। ଦେଶ ମାତୃକାର ରକ୍ଷା କରିବା ପାଇଁ ଅନେକ କ୍ରାନ୍ତିକାରୀ ମାନେ ବଳିଦାନ ଦେଇ ସ୍ୱର୍ଣିମ ଇତିହାସ ରଚିଥିବା ଶହୀଦ ମାଟିର ଗୋଟାଏ ପଞ୍ଚାୟତରେ ସ୍ବାଧିନତାର ଅନେକ ବର୍ଷ ପରେ ମଧ୍ୟ ଅନ୍ଧାରୀ ରାଜୁତି ଚାଲିଛି। ସାନବାର୍ଲି ପଞ୍ଚାୟତରେ ମୋବାଇଲ ଟାୱାର ଓ ନେଟୱର୍କ ନ ଥାଇ ବିକାଶ ମୂଳକ କାର୍ଯ୍ୟରେ ବାଧା ଉପୁଜିଛି, ପଞ୍ଚାୟତ ବାସୀ ବିଛିନାଞ୍ଚଳ ଭବେ ଜୀବନ ଯାପନ କରୁଛନ୍ତି। ନବରଙ୍ଗପୁର ଜିଲ୍ଲା ଏକ ଅଧିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ଜଣାଶୁଣା , ପାପଡାହାଣ୍ଡି ବ୍ଲକ୍ ଅନ୍ତର୍ଗତ ସାନବାର୍ଲି ସମ୍ପୂର୍ଣ୍ଣ ଗ୍ରାମ ପଞ୍ଚାୟତରେ ମୋବାଇଲ ଟାୱାର ଓ ନେଟୱର୍କ ନ ଥିବା କାରଣରୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ପଞ୍ଚାୟତ ବାସି । ଚତୁଃ ପାର୍ଶ୍ଵରେ ଘଞ୍ଚ ଜଙ୍ଗଲ ବନ ପାହାଡ ଭରା ସାନବାର୍ଲି ଗ୍ରାମ ପଞ୍ଚାୟତରେ ମୋବାଇଲ ଟାୱାର ଓ ନେଟୱର୍କ ଦୀର୍ଘ ବର୍ଷରୁ ବ୍ୟବସ୍ଥା ନାହିଁ ଏହି କାରଣରୁ ପଞ୍ଚାୟତ ବାସୀଙ୍କୁ ବ୍ୟାଙ୍କିଙ୍ଗ ସୁବିଧା ମିଳି ପାରି ନାହିଁ ଫଳରେ ଏହି ପଞ୍ଚାୟତ ବାସି, ସରକାରୀ ସୁବିଧାରେ ହିତାଧିକାରୀ ତାଳିକାରେ ନାମ ଥାଇ ସୁଧା ଅର୍ଥ ପାଇବାରେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି, ଡିଜିଟାଲ ଇଣ୍ଡିଆର ବିଜ୍ଞାନ ପ୍ରଯୁକ୍ତି ଯୁଗରେ ଏଠାକାର ମେଧାବୀ ବିଦ୍ୟାର୍ଥି ମୋବାଇଲ ର ସାହାଯ୍ୟ ନେଇ ଶିକ୍ଷା ଗ୍ରହଣ କରିବା କାଠିକର ପାଠ ହୋଇ ପଡ଼ିଛି।ବନ୍ଧୁ ପାରିବାର ବର୍ଗଙ୍କ ସହିତ ଯୋଗାଯୋଗ ହୋଇ ନ ପାରିବା ସହିତ ହଠାତ୍ କେହି ଗ୍ରାମବାସୀ, ଗର୍ଭବତୀ ମହିଳା ପ୍ରସବ ଯନ୍ତ୍ରଣା ଭୋଗିଲେ ଆମ୍ବୁଲାନ୍ସ ଡାକିବା କଷ୍ଟକର ହୋଇ ପଡୁଛି। ପାଞ୍ଚ ହଜାରରୁ ଉର୍ଦ୍ଧ୍ଵ ଜନସଂଖ୍ୟା ବିଶିଷ୍ଟ ସାନବାର୍ଲିରେ ଟାୱାର କେବେ ବସୁଛି ତାହା ଦେଖିବାକୁ ବାକି ରହିଲା।

FacebookTwitterLinkedinWhatsapp
Exit mobile version