Site icon ଆଜିକାଲି

ଜୀବିତ ବ୍ୟକ୍ତି ମୃତ୍ୟୁ ଦର୍ଶାଇ ସରକାରୀ ସହାୟତା ପାଇଁ ଠକେଇ ମାମଲାରେ ଗିରଫ ହେଲେ ତିନି ଦଲାଲ

ନବରଙ୍ଗପୁର, (ସରୋଜ କୁମାର ବେହେରା): ଜୀବିତ ବ୍ୟକ୍ତିଙ୍କୁ ମୃତ୍ୟୁ ଦର୍ଶାଇ ଜାଲ ମୃତ୍ୟୁ ପ୍ରମାଣ ପତ୍ର ପ୍ରସ୍ତୁତ କରି ମୃତ୍ୟୁ କାଳୀନ ସହାୟତା ହାତେଇବା ମହଙ୍ଗା ପଡିଲା ନବରଙ୍ଗପୁର ଜିଲାର ତିନି ଦଲାଲଙ୍କୁ। ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି ବହୁ ଚର୍ଚ୍ଚିତ ଦଲାଲ ମାନଙ୍କୁ। ସୂଚନା ପ୍ରକାରେ କିଛି ଦିନ ତଳେ ନବରଙ୍ଗପୁର ଜିଲ୍ଲାର ନଅ ଜଣ ବଞ୍ଚି ଥିବା ବ୍ୟକ୍ତି ଖଗପତି ପାଇକ, ଦଶମୁ ତନ୍ତୀ, ଭାସ୍କର ପୂଜାରୀ, ଦେବ ଗୌଡ, ମାଳତୀ ଭତ୍ରା, କପୂରବତି ତନ୍ତୀ, ଦେବକୀ ମାଝୀ, ସେବତୀ ଭତ୍ରା, ଡାଳିମ୍ବ ଚାଲାଣଙ୍କ ଶ୍ରମିକ କାର୍ଡ, ଆଧାର କାର୍ଡ ଓ ବ୍ୟାଙ୍କ ପାସ ବୁକ ସଂଗ୍ରହ କରି ସେମାନେ ବଞ୍ଚିଥିବା ବେଳେ ସେମାନେ ମୃତ୍ୟୁ ଦର୍ଶାଇ ଜାଲ ମୃତ୍ୟୁ ପ୍ରମାଣ ପତ୍ର ପ୍ରସ୍ତୁତ କରି ସେମାନଙ୍କ ନାମରେ ନିର୍ମାଣ ଶ୍ରମିକ ମୃତ କାଳୀନ ସହାୟତା ହାତେଇବା ପାଇଁ ମସୁଧା କରିଥଲେ ଏହି ତିନି ଦଲାଲ ରଞ୍ଜିତା ହରିଜନ(ପଖନାଗୁଡା) ଗୋପାଲ ତନ୍ତୀ (ଡଙ୍ଗ୍ରିଗୁଡ଼ା)ଓ ମୁରଲୀ ବିଶୋଇ(ସରନପୂର)। ଏହା ଖବର କାଗଜ ମାନଙ୍କ ରେ ପ୍ରକାଶିତ ହେବା ପରେ ଜିଲ୍ଲା ଶ୍ରମ ଅଧିକାରୀ ରଂଜନ କିଶୋର ବେହେରା ନବରଙ୍ଗପୁର ଥାନାରେ ଗତ ୭.୮.୨୩ ତାରିଖ ଦିନ ଦଲାଲଙ୍କ ବିରୋଧରେ ନବରଙ୍ଗପୁର ଥାନାରେ ଏତଲା ଦେଇଥିଲେ ।ନବରଙ୍ଗପୁର ଥାନା କେଶ ନମ୍ୱର ୩୪୦ ତା ୭.୮.୨୩ ପ୍ରକାରେ ଧାରା ୪୨୦,୪୬୫,୪୬୬,୪୬୮,୪୬୯,୪୭୪,୧୨୦(ବି) ୩୪ ଆଇପିସି ଧାରା ଅନୁସାରେ କେଶ ରୁଜୁ କରି ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ସୂଚନା ଥାଉ କି କିଛି ବର୍ଷ ଧରି ନବରଙ୍ଗପୁର ଜିଲ୍ଲା ଶ୍ରମ ଅଧିକାରୀ କାର୍ଯ୍ୟଳୟ ଦଲାଲ ଙ୍କ ଆଡ୍ଡା ପାଲଟି ଥିବା ବେଳେ ନାନା ଅନୈତିକ କାର୍ଯ୍ୟ ଦଲାଲ ମାନେ ନିତିଦିନ ଜିଲ୍ଲାର ନୀରିହ ଲୋକଙ୍କୁ ଶ୍ରମ କାର୍ଡ, ନିର୍ମାଣ ଶ୍ରମିକ ଠକେଇ କରୁଥିବା ଅଭିଯୋଗ ହେଉଥିଲା। ଦଲାଲ ମାନଙ୍କୁ କିଏ ପ୍ରଶ୍ରୟ ଦେଉଥିଲା କାହିଁକି ସେମାନଙ୍କୁ ଅଫିସ ମଧ୍ୟରେ ପୁରାଇ ସେମାନଙ୍କୁ ଅନୁକମ୍ପା ପ୍ରଦର୍ଶନ କରାଯାଉଥିଲା ସେମାନଙ୍କ ସହିତ କାର୍ଯ୍ୟଳୟ ରେ କିଏ କିଏ ସଂପୃକ୍ତି ରହିଛି ତାହା ତଦନ୍ତ ସାପେକ୍ଷ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି।

Exit mobile version