Site icon ଆଜିକାଲି

ବିଭିନ୍ନ ସମସ୍ୟା କୁ ନେଇ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ତାଲା ଠୁଙ୍କିଲେ ଗ୍ରାମବାସୀ

ନବରଙ୍ଗପୁର, ସରକାରୀ ଉଚ୍ଚ ବିଦ୍ୟାଳୟର ବିଭିନ୍ନ ସମସ୍ୟାକୁ ନେଇ ତାଲା ଠୁଙ୍କିଛନ୍ତି ଗ୍ରାମବାସୀ। ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ୍ ଅନ୍ତର୍ଗତ ଚେରଚେଟା ଗ୍ରାମ ପଞ୍ଚାୟତ ଅଧୀନ ଚେରଚେଟା ଗ୍ରାମର ସରକାରୀ ଉଚ୍ଚ ବିଦ୍ୟାଳୟର ବିଭିନ୍ନ ସମସ୍ୟାକୁ ନେଇ ତାଲା ପକାଇ ପ୍ରତିବାଦ କରିଛନ୍ତି ଗ୍ରାମବାସୀ। ବର୍ତ୍ତମାନ ର କାର୍ଯ୍ଯ ନିର୍ବାହୀ ପ୍ରଧାନ ଶିକ୍ଷୟତ୍ରୀ ସଂଜବତି ପରିଡା ଦାୟିତ୍ବ ଗ୍ରହଣ କରିବା ପର ଠାରୁ ମନମୁଖୀ କାର୍ଯ୍ୟ କରିଆସୁଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ। ସ୍ୱୟଂ ସହାୟିକା ଗୋଷ୍ଠୀ ମହିଳା ମାନଙ୍କୁ ଅଣଦେଖା କରି ରୋଷେଇ ଦାୟିତ୍ଵ ନ ଦେଇ ବିଦ୍ୟାଳୟର ଏମଡିଏମ୍ ନିଜେ ବୁଝିବା ସହ ଅଣ୍ଡା ପରିବା କିଣିବାରେ ବ୍ୟାପକ ହେରଫେର କରୁଥିବା ଯୋଗୁଁ ଦାୟିତ୍ଵ ଦେଉ ନ ଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।ବିଦ୍ୟାଳୟରେ ନୂତନ ଭାବେ ଆରମ୍ଭ ହେବାକୁ ଯାଉଥିବା ଯୁକ୍ତ ଦୁଇ ଶ୍ରେଣୀର ନାମ ଲେଖା ପ୍ରାରମ୍ଭରେ ଏସସି ଏସଟି ବିଦ୍ୟାର୍ଥୀଙ୍କ ନାମଲେଖା ପାଇଁ ଏକ ଶହ ଏବଂ ସାଧାରଣ ବାର୍ଗ ପାଇଁ ଦୁଇ ଶହ ଟଙ୍କା ନିଆଯିବ ବୋଲି ବରିଷ୍ଠ ଅଧିକାରୀମାନେ କହିଥିବା ବେଳେ ବର୍ତ୍ତମାନର ପ୍ରଧାନ ଶିକ୍ଷୟତ୍ରୀ ଜଣେ ଛାତ୍ର ପିଛା ୧୫୦୦ଟଙ୍କା ନେଇ ରସିଦ ଦେଉ ନ ଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ବିଦ୍ୟାଳୟ ଠାରୁ ଦେଢ଼ କିମି ଦୂରରେ ଅବସ୍ଥିତ ଥିବା ପ୍ରଥମ ଶ୍ରେଣିରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ବିଦ୍ୟାଳୟ ରେ ବିନା ଅନୁମତିରେ ବିରାଟ କାୟ ଗଛ ଗୁଡ଼ିକ କାଟି ବିକ୍ରୀ କରିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ବିଦ୍ୟାଳୟ ଖୋଲିବା ଦିନ ପ୍ରଧାନ ଶିକ୍ଷୟତ୍ରୀ ଅନୁପସ୍ଥିତ ରହିବା ଯୋଗୁଁ ଏହି ବିଦ୍ୟାଳୟ ର ଶିକ୍ଷାର ମାନ ବୃଦ୍ଧି ପାଉଁ ନାହି ଏଣୁ ପ୍ରଧାନ ଶିକ୍ଷୟତ୍ରୀ ଙ୍କ ବଦଳି କରାଇବା ପାଇଁ ଅଧିକାରୀଙ୍କୁ ଦାବି କରିଛନ୍ତି ଗ୍ରାମବାସୀ।

Exit mobile version