ନବରଙ୍ଗପୁର, ତେନ୍ତୁଳଖୁଣ୍ଟି ବ୍ଲକ ଅଞ୍ଚଳଗୁମା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚିତ୍ରକୋଟ ଗ୍ରାମରେ ଗତ ବାଲିଯାତ୍ରା ସମୟରେ ମଦମୁକ୍ତି ପାଇଁ ଗ୍ରାମର ମହିଳା ଓ ସର୍ବସାଧାରଣ ଅଣ୍ଟା ଭିଡ଼ିଥିଲେ, ତଥା ପ୍ରଶାସନର ସହଯୋଗକ୍ରମେ ଗ୍ରାମରେ ମଦ ରାନ୍ଧୁଥିବା ପରିବାରମାନଙ୍କୁ ମଦ ନରାନ୍ଧିବା ପାଇଁ ସଚେତନ କରାଯାଇଥିଲା । ଯାହାଫଳରେ ଗ୍ରାମରେ ମଦରନ୍ଧା ବନ୍ଦ ହେଇଯାଇଛି । କିନ୍ତୁ, ବର୍ତ୍ତମାନ ଗ୍ରାମରେ ମଦ ଉପଲବ୍ଧ ନ ହେବା ଦ୍ଵାରା ଗ୍ରାମର ଅନେକ ପୁରୁଷ ଓ ମହିଳା ଅନ୍ୟ ଗ୍ରାମକୁ ଯାଇ ତଥା ମଗେଇ ମଦ୍ୟପାନ କରି ଗ୍ରାମରେ ଗଣ୍ଡଗୋଳ କରୁଛନ୍ତି। ଯାହାକି,ଏହି ମଦମୁକ୍ତି ଆନ୍ଦୋଳନକୁ ବିଫଳ କରୁଛି। କିନ୍ତୁ,ବର୍ତ୍ତମାନ ସମୟରେ ଦେଖିବାକୁ ମିଳିଛି କି, ଗ୍ରାମରେ ମଦବନ୍ଦ୍ କରିବା ମହିଳାମାନେ ପୂର୍ବରୁ ମଦ ରାନ୍ଧୁଥିବା ପରିବାର ଘରକୁ ଯାଇ ଅକ୍ରୋଶମୂଳକ ଭାବରେ ଠେଙ୍ଗାବାଡି ସହ ଘର ଭିତରେ ପଶି ମଦ ଖୋଜିବା ବାହାନାରେ ଆସବାବପତ୍ରକୁ ନଷ୍ଟ କରୁଛନ୍ତି। ତଥା ପୂଜା ଘରେ ପଶି ପୂଜା ସାମଗ୍ରୀକୁ ଅସମ୍ମାନ କରି ଘରର ମହିଳା ମାନଙ୍କୁ ହଇରାଣ କରୁଛନ୍ତି । ଏହାର ଫାଇଦା ଉଠେଇ ଗ୍ରାମର କିଛି ମୁଷ୍ଠିମେୟ ଲୋକ ସ୍ବାର୍ଥ ହାସଲ ତଥା ନିଜର ପ୍ରାଦୁର୍ଭାବ ବଢ଼ାଇବା ନାମରେ ଗୋଷ୍ଠୀ ଗୋଷ୍ଠୀ ମଧ୍ୟରେ ଜାତିଆଣଭାବ ସହ ବିଶୃଙ୍ଖଳା କରୁଛନ୍ତି । ଏହାକୁ ଗ୍ରାମର ବୁଦ୍ଧିଜୀବୀ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ କଥା କହିଲେ ଏହି ଗୋଷ୍ଠୀ ସେମାନଙ୍କୁ ବ୍ୟକ୍ତିଗତ ଆକ୍ରମଣ ସହ ଅଶ୍ଳୀଳ ଭାଷା ପ୍ରୟୋଗ କରୁଛନ୍ତି। ଦରକାର ହେଲେ ଗୋଷ୍ଠୀ ଗୋଷ୍ଠୀ ଆମେ ମାରପିଟ୍ ହେବା ବୋଲି ଧମକ ଦେଉଛନ୍ତି । ପ୍ରକାଶଥାଉକି,ଗ୍ରାମର ଏହି ମହିଳାମାନେ ପୂର୍ବରୁ ମଦବନ୍ଦ୍ ନାମରେ ଜିଲ୍ଲାପାଳ ଓ ସ୍ଥାନୀୟ ବିଧାୟକ ସଦାଶିବ ପ୍ରଧାନୀଙ୍କୁ ଭେଟିଥିଲେ । କିନ୍ତୁ,ବର୍ତ୍ତମାନ ଜିଲ୍ଲାପାଳ ତଥା ପୋଲିସର ନାମନେଇ ମଦବନ୍ଦ ନାମରେ ଆଇନକୁ ହାତରେ ନେଇ ଗ୍ରାମରେ ଅହେତୁକର ବିଶୃଙ୍ଖଳା କରୁଛନ୍ତି ଓ ସଚେତନତା ନାମରେ ଦାଦାଗିରି କରୁଛନ୍ତି । ଯାହାଫଳରେ ଭବିଷ୍ୟତରେ ଗ୍ରାମର ସଦଭାବନା ନଷ୍ଟ ହେବାର ଆଶଙ୍କା ରହିଛି। ଏପରି ଚିତ୍ରକୋଟ ଗ୍ରାମର ବିଗିଡିଯାଉଥିବା ଆଇନ ଶୃଙ୍ଖଳାର ସମାଧାନ ପାଇଁ ପ୍ରଶାସନର ହସ୍ତକ୍ଷେପ ଅତି ଜରୁରୀ ହୋଇପଡିଛି।
June 22, 2023
0 Comment
198 Views
ଚିତ୍ରୋକୋଟରେ ନିତି ଚାଲିଛି ମଦ ବିରୋଧି ଓ ସମର୍ଥକ ମୁହାଁମୁହିଁ, ପ୍ରଶାସନର ହସ୍ତକ୍ଷେପ ଲଢିଲା ମଦ ବିରୋଧୀ ଆନ୍ଦୋଳନ କାରୀ
ନବରଙ୍ଗପୁର, ତେନ୍ତୁଳଖୁଣ୍ଟି ବ୍ଲକ ଅଞ୍ଚଳଗୁମା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚିତ୍ରକୋଟ ଗ୍ରାମରେ ଗତ ବାଲିଯାତ୍ରା ସମୟରେ ମଦମୁକ୍ତି ପାଇଁ ଗ୍ରାମର ମହିଳା ଓ ସର୍ବସାଧାରଣ ଅଣ୍ଟା ଭିଡ଼ିଥିଲେ, ତଥା ପ୍ରଶାସନର ସହଯୋଗକ୍ରମେ ଗ୍ରାମରେ ମଦ ରାନ୍ଧୁଥିବା ପରିବାରମାନଙ୍କୁ ମଦ ନରାନ୍ଧିବା ପାଇଁ ସଚେତନ କରାଯାଇଥିଲା । ଯାହାଫଳରେ ଗ୍ରାମରେ ମଦରନ୍ଧା ବନ୍ଦ ହେଇଯାଇଛି । କିନ୍ତୁ, ବର୍ତ୍ତମାନ ଗ୍ରାମରେ ମଦ ଉପଲବ୍ଧ ନ ହେବା ଦ୍ଵାରା ଗ୍ରାମର ଅନେକ ପୁରୁଷ ଓ ମହିଳା ଅନ୍ୟ ଗ୍ରାମକୁ ଯାଇ... Read More