Site icon ଆଜିକାଲି

ପ୍ରହଶନ ପାଲଟିଛି ଜନ ଶୁଣାଣୀ, ନକଲି ସାର୍ଟିଫିକେଟଧାରୀଙ୍କ ବିରୋଧରେ ଛଅ ଗୋଟି ଜନ ଶୁଣାଣିରେ ଅଭିଯୋଗ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୁନ


ନବରଂଗପୁର, ଜିଲ୍ଲା ପ୍ରଶାସନ ଅଧିକାରୀଙ୍କ ଜନ ଶୁଣାଣୀ କେବଳ ପ୍ରହଶନ ପାଲଟିଛି। ଦୂର ଦୂରାନ୍ତରରୁ ଆସୁଥିବା ବହୁ ଆଶାୟୀ ନିଜର ସମସ୍ୟାର ସମାଧାନ ପାଇ ଉପକୃତ ହେବେ ବୋଲି ଭାବି ଆସିଥାନ୍ତି। କିନ୍ତୁ ଅଭିଯୋଗ ଦେବା ପରେ ସମାଧାନ ତ ଦୂରର କଥା ପ୍ରଶାସନ କର୍ଣପାତ ମଧ୍ୟ ନ କରିବା ଏକ ଦୁଃଖଦ ବିଷୟ ବୋଲି ଝରିଗାଁ ବ୍ଲକ ଚିତାବେଡା ପଞ୍ଚାୟତ ଅନ୍ତର୍ଗତ ଜାମଧୋଡା,ପିପଲଗୁଡା,ଭାଦୁଗୁଡାବାସୀ ଅଭିଯୋଗ ବାଢିଛନ୍ତି। ଅଙ୍ଗନବାଡି କର୍ମୀ ହିରାବତୀ ଗଣ୍ଡଙ୍କ ନକଲି ସାର୍ଟିଫିକେଟ ଆଧାରରେ କିଭଳି ଚାକିରୀରେ ସ୍ଥାୟୀ ଭାବେ କାମ କରୁଛନ୍ତି। ହିରାବତୀ ଗଣ୍ଡ ପିତା ଗୋବିନ୍ଦ ଗଣ୍ଡ ଝରିଗାଁ ବ୍ଲକ ପୁଜାରୀଗୁଡା ଠାରେ ପଢଥିବାି ବିଦ୍ୟାଳୟ,ସାର୍ଟିଫିକେଟ ନଂ ୪୮/୨୦୦୫ ଅନୁଯାୟୀ କୌଣସି ସାର୍ଟିଫିକେଟ ଇସ୍ୟୁ କରାଯାଇ ନାହିଁ। କିନ୍ତୁ, ସେ ଦେଇଥିବା ସାର୍ଟିଫିକେଟ ନଅ ମାସରେ ଦୁଇଟି ଣ୍ରେଣୀର ସାର୍ଟିଫିକେଟ ଦିଆଯାଇଛି। ଗଣ୍ଡଙ୍କ ଜାତି ଆଧାରରେ ସାନ୍ତା ରହିଛି ଓ ଆଧାର କାର୍ଡରେ ଗଣ୍ଡ ବୋଲି କିଭଳି ରହିଛି ? ଏହା ତଦନ୍ତ ପରିସରଭୁକ୍ତ ଥିବା ବେଳେ ଆରଟିଆଇ ମାଧ୍ୟମରେ ମଗାଯାଇଥିବା ଉକ୍ତ ତଥ୍ୟ ସଂଲଗ୍ନ କରାଯାଇଛି। ସେମାନଙ୍କ ଲିଖିତ ଅଭିଯୋଗ ପ୍ରକାରେ ଗ୍ରାମବାସୀ ବିଗତ ୪ ମାସରେ ଷଷ୍ଠଥର ପାଇଁ ଆରଟିଆଇ ମାଧ୍ୟମରେ ମଗାଯାଇଥିବା ସୂଚନାନୁଯାୟୀ ଜିଲ୍ଲାପାଳଙ୍କ ପାଖରେ ଫେରାଦ ହୋଈ ଅଭିଯୋଗ କରିବା ପରେ ମଧ୍ଯ ଏଯାବତ୍ ଅଭିଯୁକ୍ତ ବିରୋଧ ରେ କୌଣସି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନିଆ ଯାଉ ନାହିଁ। ସମସ୍ତ ତଥ୍ୟ ସହିତ ପ୍ରାଞ୍ଜଳ ଭାବରେ ଜିଲ୍ଲା ଅଭିଯୋଗ ଶୁଣାଣୀରେ କୁହାଯାଇଛି। ତଥାପି କାହା ଚାପରେ କିମ୍ବା ସ୍ବାର୍ଥକୁ ନେଇ ଅଧିକାରୀ ମାନେ ଚୁପି ସାଜିଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି।ହିରାବତୀ ଗଣ୍ଡଙ୍କୁ ତଦନ୍ତ ପରିସରରେ ନିଆଯାଇ ନାହିଁ କି ସାର୍ଟିଫିକେଟ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇ ନାହିଁ। ଆଇନଗତ କାର୍ଯ୍ୟାନୁଷ୍ଠାନ କାହିଁକି ଗ୍ରହଣ କରା ନ ଯିବା କାରଣ କଣ ବୋଲି ପ୍ରଶ୍ନ କରିଛନ୍ତି। ଜିଲ୍ଲାରେ ନକଲି ସାର୍ଟିଫିକେଟଧାରୀଙ୍କୁ କାହାର ଛତ୍ରଛାୟା ତଳେ ସୁରକ୍ଷା ଦିଆଯାଇ ସ୍ଥାୟୀ କରାଯାଇଛି। ଏହା ଯେ କେବଳ ଅଙ୍ଗନବାଡି କର୍ମୀଙ୍କ କ୍ଷେତ୍ରରେ ହୋଇଛି,ତାହା ନୁହେଁ ଜିଲ୍ଲାର ଶିକ୍ଷା ବିଭାଗ,ମେଡିକାଲ ବିଭାଗରୁ ଆରମ୍ଭ କରି ଅନ୍ୟାନ୍ୟ ବିଭାଗରେ ମଧ୍ୟ ରହିଥିଲେ ବି ଅଣଦେଖା କରାଯାଉଛି। ଯାହାକୁ ନେଇଁ ଉଚ୍ଚ ପଦସ୍ତ ଅଧିକାରୀ ମୋଟା ଅଙ୍କରେ ମୁନାଫା ପାଇ ନକଲି ସାର୍ଟିଫିକେଟଧାରୀଙ୍କୁ ଆଶିର୍ବାଦ ପ୍ରଦାନ କରାଯାଉଛି। ତେବେ ନବରଂଗପୁର ଜିଲ୍ଲାରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ଖୋଲାଖୋଲି ଚ୍ୟାଲେଞ୍ଜ କରାଯାଉଥିବା ଓ କୋଟିପତି ହେଉଥିବା ନଜର ରହିଛି।

Exit mobile version