Site icon ଆଜିକାଲି

ରାଜନୈତିକ ଗଣତନ୍ତ୍ର ବ୍ୟବସ୍ଥାକୁ ନଷ୍ଟ କରୁଛି ବିଜେଡି: ମନମୋହନ ସାମଲ

ନବରଙ୍ଗପୁର, ( ସରୋଜ କୁମାର ବେହେରା), ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ନବରଙ୍ଗପୁର ଗସ୍ତର ଦୁତୀୟ ଦିନରେ ଡାବୁଗାଁ ଓ ଉମରକୋଟ, ଝରିଗାଁ ବିଧାନସଭା କ୍ଷେତ୍ରରେ ପ୍ରବାସରେ ରୋଡ ଶୋ ଅନୁଷ୍ଠିତ ହୋଇଥିଲା। ଆଜି ଉମରକୋଟର ଏକ ସଭାକୁ ସମ୍ବୋଧିତ କରି ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ପରଠାରୁ ପ୍ରତି ବର୍ଷ କରିଥିବା କାର୍ଯ୍ୟର ହିସାବ ଦେଶବାସୀଙ୍କୁ ଦେଇଚାଲୁଛନ୍ତି ଓ ଘୋଷଣା ଅନୁସାରେ କାର୍ଯ୍ଯ ପୂରଣ କରିବା ସହ ଦେଶର ମାଁ ଙ୍କ ଇଜ୍ଜତ ରକ୍ଷା ପାଇଁ ସ୍ୱଚ୍ଛ ଭାରତ ଯୋଜନାରେ ଶୌଚାଳୟ ନିର୍ମାଣ ,କାରୋନା କାଳରେ ଟୀକା , ଔଷଧ ମାଗଣା ଯୋଗାଇ ଦେବା ସଙ୍ଗେ ସଙ୍ଗେ ହିତାଧିକାରୀଙ୍କୁ ଅଧିକ ଚାଉଳ ୨୮ ମାସ ପର୍ଯ୍ୟନ୍ତ ଯୋଗାଇ ଦେଇଥିଲେ ବୋଲି କହିଛନ୍ତି। ବିଶ୍ଵକର୍ମା ପୂଜା ଦିନ ବିଶ୍ଵକର୍ମା ଯୋଜନା ଘୋଷଣା କରି କୌଳିକ ବୃତ୍ତି ପ୍ରୋତ୍ସାହନ ଯୋଗାଇ ଦେଇ ୧୩୦୦୦ କୋଟି ଟଙ୍କା ବ୍ୟୟରେ ୧୮ ଗୋଟି କୌଳିକ ବୃତ୍ତିରେ ଥିବା ବ୍ୟକ୍ତି କୌଳିକ ବୃତ୍ତିରେ ବ୍ୟବହାର ହେଉଥିବା ବସ୍ତୁ କିଣିବା ପାଇଁ ମାଗଣା ୧୫୦୦୦ ଟଙ୍କା ଯୋଗାଇ ଦେବା ପାଇଁ ଯୋଜନା ଘୋଷଣା କରିଥିଲେ।୨୨୦୦୦ କୋଟି ଟଙ୍କା ବ୍ୟୟରେ ଭାରତ ମାଳା ରାସ୍ତା, ରେଳ ବଜେଟରେ ଟଙ୍କା କେନ୍ଦ୍ର ମଞ୍ଜୁର କରିଥିଲେ ହେଁ ରାଜ୍ୟ ଜମି ଯୋଗାଇ ଦେଉ ନାହିଁ ଫଳରେ ରେଳ ଯୋଗଯୋଗ ଏ ଅଞ୍ଚଳ ପାଇଁ ସ୍ବପ୍ନ ହୋଇ ପଡ଼ିଛି। ୯ ବର୍ଷ ମଧ୍ୟରେ ୧୮୮୩ ୦୦୦ କୋଟି କେନ୍ଦ୍ର ସରକାର ରାଜ୍ୟକୁ ଦେଲେ କିନ୍ତୁ ରାଜ୍ୟ ସରକାରଙ୍କର ଅପାରଗତା ଯୋଗୁଁ ପରିତାପର ବିଷୟ ଅବିକଶିତ ହୋଇ ପଡ଼ିଛି ଓଡିଶା ।ଏଥର ଓଡିଶା ବାସୀ ମନ ସ୍ଥିର କରିନେଇଛନ୍ତି ଓଡ଼ିଶାରେ ବିଜେପି ସରକାର କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ।ଲମ୍ବା ସଂଘର୍ଷ ଯାତ୍ରାରେ କଠିନ ପରିଶ୍ରମ,କାର୍ଯ୍ୟକର୍ତ୍ତାଙ୍କର ବହୁ ନିର୍ଯ୍ୟାତନାର ଶିକାର ହୋଇଛୁ।ଏବେ ଦୁଇ ନମ୍ବରରେ ଅଛୁ।ଲୋକ ଏହି ବିଜେଡି ସରକାରର ହାବଭାବ ଜାଣିଲେଣି । ମୁଖ୍ୟମନ୍ତ୍ରୀ,ମନ୍ତ୍ରୀ ଏବେ ଅଦୃଶ୍ୟ,ମନ୍ତ୍ରୀ ଅସହାୟ,ସରକାରୀ ଫାଇଲ ଆସୁନି। ମୁଖ୍ୟମନ୍ତ୍ରୀ ୧୫ ବର୍ଷ ହେଲା ମନ୍ତ୍ରୀଙ୍କୁ ଭେଟୁନାହାନ୍ତି।ଲୋକଙ୍କର କୌଣସି କାମ ହେଉନି।ପ୍ରଧାନମନ୍ତ୍ରୀ ଦୈନିକ ହଜାର ଲୋକଙ୍କୁ ଭେଟିବା ସମ୍ଭବ ହେଲା ବେଳକୁ ନବୀନ ଅଦୃଶ୍ୟ ରୁହନ୍ତି।ରାଜ୍ୟରେ ଜଣେ ସାଧାରଣ ସଚିବଙ୍କୁ ଲିଜରେ ଦେଇ ଦେବା ରାଜନୈତିକ ଗଣତନ୍ତ୍ରକୁ ନଷ୍ଟ କରୁଛି ବିଜେଡି ବୋଲି ସେ କହିଛନ୍ତି। ଅନ୍ଧାର ହଟିବ ସୁର୍ଯ୍ୟ ଉଦୟ ହେବ ଓଡିଶାରେ ବିଜେପି ସରକାର ହେବ,ତେଣୁ ଦଳର ସମସ୍ତ କାର୍ଯ୍ୟକର୍ତ୍ତା ଏବେ ଲୋକଙ୍କର ନିକଟକୁ ଯାଇ ଲୋକଙ୍କର କାମ କରିବାକୁ ପରାମର୍ଶ ଦେଇଥିଲେ।ରାଜ୍ୟବାସୀ ଏବେ ପରିବର୍ତ୍ତନ ଚାହୁଁଛନ୍ତି। ଅପରପକ୍ଷରେ କେନ୍ଦ୍ର ସରକାର ବହୁ ଯୋଜନାରେ ଭରପୁର ସହଯୋଗ କରୁଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗରିବ ଲୋକଙ୍କୁ ଦିଆ ଯାଉନି।ପିଇବା ପାଣି, ବିଜୁଳି ଯୋଗାଣ ପାଇଁ କେନ୍ଦ୍ର ସରକାର ଟଙ୍କା ଦେଉଥିବାବେଳେ ରାଜ୍ୟ ସରକାର କାର୍ଯ୍ୟକାରୀ କରୁନି।ଏହି ଜିଲାରେ ଗରିବ ଲୋକଙ୍କର କୌଣସି ଉନ୍ନତି ହେଉନଥିବା ବେଳେ ବିଜେଡି ନେତାଙ୍କ ଉନ୍ନତି ହୋଇ ଚାଲିଛି। ରାଜ୍ୟରେ ବିଜେପି ସରକାର ଆସିଲେ ଏହି ସରକାର ଦୁର୍ନୀତିର ହିସାବ ନିଆଯିବ ବୋଲି କହିଥିଲେ।ମହିଳାଙ୍କୁ ଅତ୍ୟାଚାର କରାଯାଉଛି । ରାଜ୍ୟରେ ବଳତ୍କାର,ହତ୍ୟା ବଢୁଛି। ଏହି ଜିଲାର ବିଜେଡି ସାଂସଦ ଓ ବିଧାୟକ ଏହି ଅଞ୍ଚଳ ସମସ୍ୟା ନେଇ କୌଣସି ପଦକ୍ଷେପ ନେଉ ନଥିବା କହିଥିଲେ। ରାଜ୍ୟ ଉପ ସଭାପତି ବିରଞ୍ଚି ନାରାୟଣ ତ୍ରୀପାଠୀ, ରାଜ୍ୟ ସଂପାଦକ ସରୋଜ କର, ରମେଶ ସାହୁ, ପୂର୍ଣ୍ଣିମା ନାୟକ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୌରୀଶଙ୍କର ମାଝୀ, ବିଧାୟକ ନିତ୍ୟାନନ୍ଦ ଗଣ୍ଡ , ଲୋକସଭା ପ୍ରଭାରୀ ମନଜିର ଆର୍ଯ୍ୟ, ଲୋକ ସଭା ସଂଯୋଜକ ରାମେଶ୍ବର ଜେନା ସମେତ ଜିଲ୍ଲାର ବହୁ ନେତା ଉପସ୍ଥିତ ଥିଲେ।

Exit mobile version