Site icon ଆଜିକାଲି

ନବରଙ୍ଗପୁର କୃଷି ବିଭାଗ କାର୍ଯ୍ୟାଳୟରେ କର୍ମଚାରୀ ମରୁଡ଼ି

ନବରଙ୍ଗପୁର, ନି ପ୍ର: ନବରଙ୍ଗପୁର ଜିଲ୍ଲା ସଦର ବ୍ଲକ କୃଷି ବିଭାଗ କାର୍ଯ୍ୟାଳୟରେ ଦୀର୍ଘ ଦିନ ଧରି କର୍ମଚାରୀ ଅଭାବ ପରିଲକ୍ଷିତ ହୋଇଛି। ନବରଙ୍ଗପୁର ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଓ ଏଠାକାର ଅଧିବାସୀଙ୍କ ମୁଖ୍ୟ ଜୀବିକା କୃଷି ଅଟେ। କେନ୍ଦ୍ର ସରକାର ଓ ରାଜ୍ୟ ସରକାର କୃଷି ଓ କୃଷକଙ୍କ ବିକାଶାର୍ଥେ ଅନେକ ଗୁଡ଼ିଏ ଯୋଜନା ମାନ କରି କୋଟି କୋଟି ଟଙ୍କା ବ୍ୟୟ କରିଚାଲିଛନ୍ତି। ଚାଷୀଙ୍କୁ ସାର ବିହନ ପ୍ରଶିକ୍ଷଣ ଓ ପ୍ରସହନ ପାଇଁ ବାର୍ଷିକ ଯୋଜନା ଲକ୍ଷ୍ୟ ଧାର୍ଯ୍ୟ କରାଯାଉଛି। କିନ୍ତୁ ନବରଙ୍ଗପୁର ଜିଲ୍ଲାର ନବରଙ୍ଗପୁର ବ୍ଲକ୍ କୃଷି ବିଭାଗ କାର୍ଯ୍ୟାଳୟରେ କର୍ମଚାରୀ ଅଭାବ ଯୋଗୁଁ ସରକାରୀ ଯୋଜନା ସଫଳ ରୂପାୟନ ପାଇଁ ଅଭାବ ରହିଛି ସରକାରୀ କର୍ମଚାରୀ।୧୩ ଗୋଟି ପଞ୍ଚାୟତକୁ ନେଇ ନବରଙ୍ଗପୁର ବ୍ଲକ୍,ନିୟମ ପ୍ରକାରେ ପ୍ରତି ପଞ୍ଚାୟତର ଗୋଟିଏ ଲେଖାଏଁ ଭିଏଡବ୍ଲୁ ରହିବା କଥା କିନ୍ତୁ ପାଞ୍ଚ ଜଣ ଭିଏଡବ୍ଲୁ ଏକାଧିକ ପଞ୍ଚାୟତର ଦାୟିତ୍ଵ ନିର୍ବାହ କରୁଥିବା ନଜରକୁ ଆସିଛି। ବ୍ଲକ୍ କୃଷି ଅଧିକାରୀ ଦୀର୍ଘ ଦୁଇ ବର୍ଷ ଧରି ଖାଲି ପଡ଼ିଛି ଏହି ବ୍ଲକର କୃଷି ବିଭାଗ ଅଧିକାରୀ ଭାବରେ ତେନ୍ତୁଳିଖୁଣ୍ଟି ବ୍ଲକ୍ କୃଷି ଅଧିକାରୀ ଅତିରିକ୍ତ ଦାୟିତ୍ଵ ଗ୍ରହଣ କରି ଇନ୍ ଚାର୍ଜ କୃଷି ଅଧିକାରୀ ଭାବରେ ଦାୟିତ୍ଵ ତୁଲାଉଛନ୍ତି। କର୍ମଚାରୀ ଅଭାବରୁ ସରକାରୀ ଯୋଜନା, ଯନ୍ତ୍ରପାତି ଉପକରଣ, ସାର ବିହନ ବଣ୍ଟନ, ତାଲିମ ପ୍ରଶିକ୍ଷଣ ଓ କୃଷକ ପ୍ରତ୍ସହନ ଯୋଗାଇ ଦେବାରେ ପାତରଅନ୍ତର ନୀତି ଅବଲମ୍ବନ କରିବା ସହ ପ୍ରକୃତ ଚାଷୀ ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି କୃଷକ୍ ନେତା ଭୀମସେନ ଭତ୍ରା। ଅରକ୍ଷିତ କୁ ଦଇବ ସାହା ପରି କୃଷୀ ବିଭାଗ କାର୍ଯ୍ୟାଳୟରେ କର୍ମଚାରୀ ଅଭାବ ଯୋଗୁଁ ବ୍ଲକର ୨୩ ଜଣ କୃଷକ ସାଥୀ ପ୍ରମୁଖ ଭୂମିକା ଗ୍ରହଣ କରି ଯୋଜନା ଗୁଡିକ କାମ ଚଳାଉ ନେଉଥିବା କହିଛନ୍ତି କୃଷକ ନେତା । ଅବିଳମ୍ବେ ଏହି ବ୍ଲକର ସ୍ଥାୟୀ କୃଷି ଅଧିକାରୀ ସମେତ ଆବଶ୍ୟକତା ଅନୁସାରେ ଭିଏଡବ୍ଲୁ ନିଯୁକ୍ତି ପାଇଁ ଦାବି କରିଛନ୍ତି ଭୀମସେନ ଭତ୍ରା।

Exit mobile version