Site icon ଆଜିକାଲି

ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ ବି ହୋଇ ପାରିଲା ନାହିଁ ବ୍ରିଜ୍, ବର୍ଷାରେ ବିଛିନ୍ନ ହେବ ଦୁଇ ପଞ୍ଚାୟତ

ନବରଙ୍ଗପୁର, ନି ପ୍ର: ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଦୁଇ ପଞ୍ଚାୟତର ଲାଇଫ ଲାଇନ ବ୍ରିଜ ପାଲଟିବାକୁ ଯାଉଛି ମୁଣ୍ଡବ୍ୟଥାର କାରଣ। ସୂଚନା ପ୍ରକାରେ ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଭଞ୍ଜଗୁଡା ଗ୍ରାମ ସୀମାନ୍ତରେ ରହିଛି ଇନ୍ଦ୍ରାବତୀ ନଦୀର ବ୍ରିଜ ତାହା ଦୀର୍ଘ ଦିନ ଧରି ଭଗ୍ନ ଅବସ୍ଥାରେ ରହିଥିବା ବେଳେ ଏହି ବ୍ରିଜ ବର୍ଷା ଦିନେ ଧୋଇ ହୋଇ ନଷ୍ଟ ହେବା ସହ ନିକଟରେ ମକା ବଝେଇ ଟ୍ରକ୍ ଦବି ଯାଇଥିଲା। ଏହି ଭଙ୍ଗା ବ୍ରିଜ ନିକଟରେ ଦୁର୍ଘଟଣା ଘଟି ଟିନି ଜଣଙ୍କ ମୃତ୍ୟୁ ବରଣ କରିଥିଲେ। ଭଞ୍ଜଗୁଡ଼ାର ପ୍ରାୟ ୬୦ ପରିବାର ଓ ଏହାର ପାର୍ଶ୍ଵବର୍ତ୍ତୀ ଗ୍ରାମ ମୂର୍ଲାବାଇ ଗ୍ରାମର ୩୨୦ ପରିବାରର ମୋଟ ଦୁଇ ହଜାର ଜନ ବସତି ଗ୍ରାମର ମଧ୍ୟ ଭାଗରେ ରହିଛି ଇନ୍ଦ୍ରାବତୀ ନଦୀର ଏକ ପୁରାତନ ବ୍ରିଜ। ବର୍ଷା ଦିନେ ଏହାର ଉପର ଦେଇ ଜଳ ପ୍ରବାହିତ ହୋଇଥିବା ବେଳେ ଏହା ବର୍ତମାନ ସମ୍ପୂର୍ଣ ନଷ୍ଟ ହୋଇ ପଡ଼ି ରହିଛି। ଏହାକୁ ନେଇ ଦୁଇ ଗ୍ରାମବାସୀ ମିଳିତ ଭାବେ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକଷ୍ଟରେ ଯାଇ ଅଭିଯୋଗ କରିଥିବା ବେଳେ ଏହାକୁ ତୁରନ୍ତ ପଦକ୍ଷେପ ନେବାକୁ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ବର୍ତମାନ ବର୍ଷା ଆସିବା ବେଳ ହୋଇଯାଇଥିଲେ ହେଁ ଏହା ପ୍ରତି କୌଣସି ପ୍ରତିଶ୍ରୁତି ମୁତାବକ ପଦକ୍ଷେପ ନିଆ ନ ଯିବା ଯୋଗୁଁ ଝାଡବନ୍ଧଗୁଡା ଓ ଜଗନ୍ନାଥପୁର ଦୁଇ ପଞ୍ଚାୟତ ବାସିନ୍ଦା କ୍ଷୋଭ ପ୍ରକାଶ କରିଛନ୍ତି। ଅଧିକାରୀ ମାନେ ଏହି ଭଙ୍ଗା ବ୍ରିଜ ନିକଟରେ ଆସି ଏହାର ଅନୁଧ୍ୟାନ କରି ବିହୀତ ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ବି ସାମାନ୍ୟ ମୁରୁମ୍ ଢାଳି ପ୍ରଶାସନ କିଂକର୍ବ୍ୟ ବିମୁଢ଼ ସଜିବା ଆଗାମୀ ବର୍ଷା ଦିନରେ ଏହି ଦୁଇ ପଞ୍ଚାୟତର ଅନେକ ଗୁଡ଼ିଏ ଗ୍ରାମ ଓ ଜନସାଧାରଣ ଯୋଗାଯୋଗ ବିଛିନ୍ନ ହେବ। ଏହି ଗ୍ରାମରେ କିଛି ବର୍ଷ ପୂର୍ବେ ଆର୍ ଡି ବିଭାଗ ପକ୍ଷରୁ ପିଚୁ ସଡ଼କ ନିର୍ମାଣ ହୋଇଥିଲେ ମଧ୍ୟ ଏହା ଗ୍ରାମର ସୀମାନ୍ତରେ କାର୍ଯ୍ୟ କରି ନୂତନ ବ୍ରିଜ ନିର୍ମାଣ ନ କରି ଛାଡ଼ି ଦେବା ଯୋଗୁଁ ବର୍ତମାନ ଏପରି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି।ଅନ୍ୟପଟେ ଗାଦବାଗୁଡା ଠାରୁ ପୋଲୁଗୁଡ଼ା ଆର୍ ଡି ବିଭାଗର ପିଚୁ ରାସ୍ତା ସଂଯୋଗ କରୁଛି କିନ୍ତୁ ମଝିରେ ଥିବା ବ୍ରିଜ ନିର୍ମାଣ ପ୍ରତି ଆର୍ ଡି ବିଭାଗ ପକ୍ଷରୁ ଅଣଦେଖା କରାଯିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ଏହି ଭଙ୍ଗା ବ୍ରିଜ ଅବିଳମ୍ବେ ନିର୍ମାଣ କରା ନ ଗଲେ ଦୁଇ ପଞ୍ଚାୟତ ମଧ୍ୟରେ ଯୋଗା ଯୋଗ ବିଛିନ୍ନ ହେବା ସହ ଜନ ସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେବେ ଏଣୁ ବ୍ରିଜ ନିର୍ମାଣ ପାଇଁ ଦାବି ଜଣାଇଛନ୍ତି ଗ୍ରାମର ସହଦେବ ଜାନି, ସରପଞ୍ଚ ବିଭୀଷଣ ସୌରା, ଭାରତୀୟ ଜନତା ଯୁବ ମୋର୍ଚ୍ଚାର ଯୁବ ନେତା ରିତେଶ ଭଞ୍ଜ, ତ୍ରିନାଥ ଜାନି ଓ ଅନ୍ୟ ମାନେ।

Exit mobile version