Site icon ଆଜିକାଲି

ନନ୍ଦିଘୋଷ ରଥର ହେଲା ଦକ୍ଷିଣ ମୋଡ

ପୁରୀ: ନନ୍ଦିଘୋଷ ରଥର ହେଲା ଦକ୍ଷିଣ ମୋଡ। ନବ ଦିନାତ୍ମକ ଯାତ୍ରାରେ ରଥ ଚଢି ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ଜନ୍ମବେଦୀ ବିଜେ କରିଛନ୍ତି କାଳିଆ ସାଆନ୍ତ। ସୋମବାର ବାହୁଡା ଯାତ୍ରାରେ ନୀଳକନ୍ଦର ଅଭିମୁଖେ ବାହୁଡିବେ ନୀଳମଣି। ଏଥିପାଇଁ ଶୁକ୍ରବାରଠାରୁ ପ୍ରକ୍ରିୟା ଆରମ୍ଭ ହେଲାଣି। ଶୁକ୍ରବାର ଦର୍ପଦଳନ ଏବଂ ତାଳଧ୍ବଜ ରଥର ଦକ୍ଷିଣ ମୋଡ ସରିଥିଲା। ଆଜି ବଡ ଠାକୁରଙ୍କ ନନ୍ଦିଘୋଷ ରଥକୁ ଦକ୍ଷିଣ ମୋଡ କରାଯାଇଛି। ତେବେ ତିନି ରଥ ନାକଚଣା ଦ୍ଵାର ଆଗରେ ଲାଗିଛି। ଆସନ୍ତାକାଲି(ରବିବାର) ଭୋଇ ସେବକ ମାନଙ୍କ ଦ୍ଵାରା ଚାରମାଳ ବନ୍ଧା କାର୍ଯ୍ୟ ସମ୍ପନ୍ନ କରାଯିବ। ସୋମବାର ପ୍ରଭୂଙ୍କର ବାହୁଡା ଯାତ୍ରା ଅନୁଷ୍ଠିତ ହେବ।

Exit mobile version