ସମ୍ୱଲପୁର : ଚଳିତ ମାସ ଶେଷ ସୁଦ୍ଧା ଉଦଘାଟନ ହେବ ସମଲେଇଙ୍କ ପ୍ରକଳ୍ପ। ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପର ଉଦଘାଟନ କରିବେ । ଏନେଇ ସୂଚନା ଦେଇଛନ୍ତି ସମଲେଇ ମନ୍ଦର ଟ୍ରଷ୍ଟ ବୋର୍ଡ ସଭାପତି ସଂଜୟ ବାବୁ । ଏନେଇ ରାଜ୍ୟର ବିଭିନ୍ନ ଦେବାଳୟକୁ ନିମନ୍ତ୍ରଣ କରାଯିବା ସହ ରାଜ୍ୟ ବାହାରେ ମଧ୍ୟ ନିମନ୍ତ୍ରଣ ଦିଆଯିବ ବୋଲି ସୂଚନା ଦେଇଛନ୍ତି ।
ଅନ୍ୟପକ୍ଷରେ ପୁରୀ ଶ୍ରୀ ଜଗନ୍ନାଥ ଓ ଭୁବନେଶ୍ୱର ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିରରେ ଯେମିତି ମାଦକ ଦ୍ରବ୍ୟ ନିଶେଧ କରାଯାଇଛି । ଠିକ ସେହିପରି ଆଗକୁ ସମ୍ବଲପୁର ମା’ ସମଲେଇଙ୍କ ପୀଠରେ ମଧ୍ୟ ମାଦକ ଦ୍ରବ୍ୟକୁ ନିଷେଧ କରାଯିବ । ମନ୍ଦିରକୁ ପାନ ଓ ଗୁଟ୍ଖା ଉପରେ କଟକଣା ଲାଗିବ। ଏନେଇ ଖୁବ୍ ଶୀଘ୍ର ନିୟମ ଅଣାଯିବ ବୋଲି ଟ୍ରଷ୍ଟବୋର୍ଡ ସଭାପତି କହିଛନ୍ତି ।